ମାଲାଇକାଙ୍କ କାନ୍ଧରେ ଆଘାତ ଲାଗିଛି। ତଥାପି, ସେ ଫିଟ୍ ରହିବା ପାଇଁ ଯୋଗା କ୍ଲାସ ଛାଡି ନାହାଁନ୍ତି।
ଏହି ଆସାନର ଲାଭଗୁଡ଼ିକ ଉଲ୍ଲେଖ କରି ମଲାଇକା ଲେଖନ୍ତି - ଏହାକୁ "ଚକ୍କୀ ଚାଲନାସନ" କୁହାଯାଏ । ଏହି ଆସାନ ପେଟର ମାଂସପେଶୀକୁ ଟ୍ରେନିଂ ଦେଇ ତାକତ ଦିଏ । ଏହା ଖାଦ୍ୟ ହଜମ କରିବାରେ ସହାୟକ ହୁଏ, ଚାପ କମାଇଥାଏ ଓ ମନକୁ ଶାନ୍ତି ଦିଏ । ତେଣୁ ଆପଣମାନେ ମଧ୍ୟ ଏହି ଆସାନ ଚେଷ୍ଟା କରି ଦେଖନ୍ତୁ ।
ମଲାଇକା ବହୁତ କଷ୍ଟକର ଯୋଗାସନ କରୁଥିବା ଏକ ଭିଡିଓ ସେୟାର କରିଛନ୍ତି। ଏହି ଆସନ ପେଟର ତଳ ଭାଗର ମାଂସପେଶୀକୁ ଟ୍ରେନ କରିବା ପାଇଁ କରାଯାଏ।
କାନ୍ଧରେ ଆଘାତ ହେବା ପରେ ମଧ୍ୟ ଯୋଗ ସେସନ୍ରୁ ବଞ୍ଚିତ ହେଲେ ନାହିଁ ମଲାଇକା। ହାତରେ ଗୁଳାବ ଧରି ଯୋଗ କେନ୍ଦ୍ର ବାହାରେ ସେ ସ୍ପଟ୍ ହୋଇଛନ୍ତି।