ବିଶ୍ୱ ଦୁର୍ବଳତା ସଙ୍କେତ ମଧ୍ୟରେ ଭାରତୀୟ ଶେୟର ବଜାର ନକାରାତ୍ମକ ଆରମ୍ଭର ସମ୍ଭାବନା

ବିଶ୍ୱ ଦୁର୍ବଳତା ସଙ୍କେତ ମଧ୍ୟରେ ଭାରତୀୟ ଶେୟର ବଜାର ନକାରାତ୍ମକ ଆରମ୍ଭର ସମ୍ଭାବନା

ବିଶ୍ୱ ବଜାରରେ ଦୁର୍ବଳତାର ସଙ୍କେତ ମଧ୍ୟରେ ଭାରତୀୟ ଶେୟର ବଜାର ଗୁରୁବାର 5 ଫେବୃଆରୀ 2026 ରେ ସମତଳରୁ ନକାରାତ୍ମକ ଧାରା ସହ ଖୋଲିବା ସମ୍ଭାବନା ରହିଛି। Gift Nifty Futures ସକାଳ ପ୍ରାୟ 8ଟା ସମୟରେ 21 ପଏଣ୍ଟ ହ୍ରାସ ପାଇ 25,821 ସ୍ତରରେ ବ୍ୟବସାୟ କରୁଥିବା ଦେଖାଗଲା, ଯାହା Nifty-50 ସୂଚକାଙ୍କର ଆରମ୍ଭ ହାଲୁକା ଗିରାବଟ ସହ ହୋଇପାରେ ବୋଲି ସଙ୍କେତ ଦେଉଛି।

ଏହା ପୂର୍ବରୁ ବୁଧବାର ଟେକ୍ନୋଲୋଜି ସେକ୍ଟରରେ ଉତାର-ଚଢାଉ ଥିବା ସତ୍ତ୍ୱେ ଭାରତୀୟ ବେଞ୍ଚମାର୍କ ସୂଚକାଙ୍କ Nifty-50 ଏବଂ Sensex ଲଗାତାର ତୃତୀୟ ବ୍ୟବସାୟ ସତ୍ରରେ ବୃଦ୍ଧି ସହ ବନ୍ଦ ହୋଇଥିଲେ। ନିବେଶକମାନଙ୍କ ଦୃଷ୍ଟି ଆଜି ବିଶେଷ କମ୍ପାନୀମାନଙ୍କର ତ୍ରଇମାସିକ ଫଳାଫଳ, କର୍ପୋରେଟ ଘୋଷଣା ଏବଂ ବିଶ୍ୱ ସଙ୍କେତ ଉପରେ ରହିବ।

NASDAQ ରେ ତାଲିକାଭୁକ୍ତ ଆଇଟି କମ୍ପାନୀ Cognizant ଚତୁର୍ଥ ତ୍ରଇମାସିକରେ ଶୁଦ୍ଧ ଲାଭ ବାର୍ଷିକ ଆଧାରରେ 19 ପ୍ରତିଶତ ବୃଦ୍ଧି ପାଇ 64.8 କୋଟି ଡଲାରରେ ପହଞ୍ଚିଥିବା କହିଛି। ସେହି ଅବଧିରେ ମୋଟ ରେଭେନ୍ୟୁ 4.9 ପ୍ରତିଶତ ବଢ଼ି 5.3 ବିଲିୟନ ଡଲାର ହୋଇଛି। ଷ୍ଠିର ମୁଦ୍ରା ଆଧାରରେ ରେଭେନ୍ୟୁ ବୃଦ୍ଧି 3.8 ପ୍ରତିଶତ ଥିଲା। Cognizant ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତକୁ ନିଜର ଆର୍ଥିକ ବର୍ଷ ଭାବେ ଗଣନା କରେ। କମ୍ପାନୀ 2025 ପାଇଁ ସମ୍ପୂର୍ଣ୍ଣ ବର୍ଷରେ 4 ରୁ 6.5 ପ୍ରତିଶତ ବୃଦ୍ଧିର ଅନୁମାନ ଦେଇଛି।

ଫ୍ୟାସନ୍ ଏବଂ ଲାଇଫ୍‌ଷ୍ଟାଇଲ୍ ରିଟେଲର Trent Ltd ଆର୍ଥିକ ବର୍ଷ 26ର ଅକ୍ଟୋବର–ଡିସେମ୍ବର ତ୍ରଇମାସିକରେ ସଂଯୁକ୍ତ ଶୁଦ୍ଧ ଲାଭ ବାର୍ଷିକ ଆଧାରରେ 3.1 ପ୍ରତିଶତ ବୃଦ୍ଧି ପାଇଥିବା ଜଣାଇଛି। ଏହି ସମୟରେ ପରିଚାଳନା ରେଭେନ୍ୟୁ 14.8 ପ୍ରତିଶତ ବଢ଼ି 5,345.1 କୋଟି ଟଙ୍କାରେ ପହଞ୍ଚିଛି। Accounting standards କାରଣରୁ ସଂଯୁକ୍ତ ରେଭେନ୍ୟୁରେ Trent Hypermarket ବ୍ୟବସାୟର ଆୟ ସମିଲ ହୋଇନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

Tata Group ର ବିଦ୍ୟୁତ କମ୍ପାନୀ Tata Power ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରଇମାସିକରେ ସଂଯୁକ୍ତ ଶୁଦ୍ଧ ଲାଭ 1,194 କୋଟି ଟଙ୍କାକୁ ବଢ଼ିଥିବା କହିଛି। ପୂର୍ବ ବର୍ଷର ସେହି ତ୍ରଇମାସିକରେ ଲାଭ 1,188 କୋଟି ଟଙ୍କା ଥିଲା। ଏହି ଅବଧିରେ ରେଭେନ୍ୟୁ କମିଥିଲେ ମଧ୍ୟ ଲାଭରେ ସାନା ବୃଦ୍ଧି ରହିଛି।

Bajaj Group ର ଫାଇନାନ୍ସିଆଲ୍ ସେବା କମ୍ପାନୀ Bajaj Finserv ଅକ୍ଟୋବର–ଡିସେମ୍ବର 2025 ତ୍ରଇମାସିକରେ ସଂଯୁକ୍ତ ଶୁଦ୍ଧ ଲାଭ 2,229 କୋଟି ଟଙ୍କା ଥିବା ଜଣାଇଛି। ପୂର୍ବ ବର୍ଷର ସେହି ସମୟରେ ଲାଭ 2,231 କୋଟି ଟଙ୍କା ଥିଲା। ଏହି ଅବଧିରେ ମୋଟ ଆୟ 39,708 କୋଟି ଟଙ୍କାକୁ ବଢ଼ିଛି।

Apollo Tyres ଆର୍ଥିକ ବର୍ଷ 2025–26ର ତୃତୀୟ ତ୍ରଇମାସିକରେ ଶୁଦ୍ଧ ଲାଭ ବାର୍ଷିକ ଆଧାରରେ 40 ପ୍ରତିଶତ ବୃଦ୍ଧି ପାଇ 471 କୋଟି ଟଙ୍କାରେ ପହଞ୍ଚିଥିବା ଜଣାଇଛି। ପୂର୍ବ ବର୍ଷର ସେହି ତ୍ରଇମାସିକରେ ଲାଭ 337 କୋଟି ଟଙ୍କା ଥିଲା।

ପୁଣେ ଆଧାରିତ Emcure Pharmaceuticals ଆର୍ଥିକ ବର୍ଷ 26ର ତୃତୀୟ ତ୍ରଇମାସିକରେ କର ପରେ ଲାଭ 48 ପ୍ରତିଶତ ବଢ଼ି 231 କୋଟି ଟଙ୍କା ହୋଇଥିବା କହିଛି। ପରିଚାଳନା ରେଭେନ୍ୟୁ 20 ପ୍ରତିଶତ ବଢ଼ି 2,363 କୋଟି ଟଙ୍କା ହୋଇଛି। ନୂଆ Labour Code କାରଣରୁ 38 କୋଟି ଟଙ୍କାର ଏକମୁଷ୍ଟ ପ୍ରାବଧାନ କରାଯାଇଥିବାରୁ ତ୍ରଇମାସିକ ଆଧାରରେ ଲାଭ ପ୍ରାୟ 8 ପ୍ରତିଶତ କମିଛି। କର୍ମଚାରୀ ଖର୍ଚ୍ଚ ବାର୍ଷିକ ଆଧାରରେ 5.56 ପ୍ରତିଶତ ବଢ଼ିଛି।

FMCG କମ୍ପାନୀ Emami ଅକ୍ଟୋବର–ଡିସେମ୍ବର ତ୍ରଇମାସିକରେ ସଂଯୁକ୍ତ ଶୁଦ୍ଧ ଲାଭ 14.5 ପ୍ରତିଶତ ବଢ଼ି 319.48 କୋଟି ଟଙ୍କା ହୋଇଥିବା କହିଛି। ପୂର୍ବ ବର୍ଷର ସେହି ସମୟରେ ଲାଭ 279 କୋଟି ଟଙ୍କା ଥିଲା। ସଂଯୁକ୍ତ ପରିଚାଳନା ରେଭେନ୍ୟୁ 9.8 ପ୍ରତିଶତ ବୃଦ୍ଧି ପାଇଛି।

ବେସରକାରୀ କ୍ଷେତ୍ରର ବ୍ୟାଙ୍କ Tamil Nadu Mercantile Bank ଡିସେମ୍ବର ତ୍ରଇମାସିକରେ ଶୁଦ୍ଧ ଲାଭ 14 ପ୍ରତିଶତ ବଢ଼ି 342 କୋଟି ଟଙ୍କା ହୋଇଥିବା ଜଣାଇଛି। ପୂର୍ବ ବର୍ଷର ସେହି ତ୍ରଇମାସିକରେ ଲାଭ 300 କୋଟି ଟଙ୍କା ଥିଲା। ଏହି ସମୟରେ ମୋଟ ଆୟ 1,665 କୋଟି ଟଙ୍କାକୁ ପହଞ୍ଚିଛି।

Depository କମ୍ପାନୀ NSDL ର ପ୍ରାୟ 14.92 କୋଟି ଶେୟର ଗୁରୁବାରରୁ ବ୍ୟବସାୟ ପାଇଁ ଉପଲବ୍ଧ ହେବ, ଯାହା କମ୍ପାନୀର ମୋଟ ଇକ୍ୱିଟିର ପ୍ରାୟ 75 ପ୍ରତିଶତ ଅଂଶ ଅଟେ। IPO ପରେ ଶେୟରଧାରୀଙ୍କ ପାଇଁ ଲାଗୁ ହୋଇଥିବା ଛଅ ମାସର lock-in ଅବଧି ଏବେ ସମାପ୍ତ ହେଉଛି।

FMCG କମ୍ପାନୀ Marico Cosmix Wellness Private Limited ରେ କୌଶଳଗତ ନିବେଶ କରିବାର ଘୋଷଣା କରିଛି। ଏହି ଡିଲ୍ ଅନୁଯାୟୀ Marico, Cosmix ର paid-up share capital ର 60 ପ୍ରତିଶତ ଅଂଶ କ୍ରୟ କରିବ। ଏହି ନିବେଶ ନିୟମକ ଅନୁମୋଦନ ଏବଂ ଶର୍ତ୍ତାବଳୀର ଅଧୀନ ରହିବ।

NHPC ଓଡ଼ିଶାରେ ସୋଲାର ପାୱାର ପ୍ରକଳ୍ପ ସମ୍ବନ୍ଧୀୟ Odisha Green Energy Development Corporation ସହ ପ୍ରସ୍ତାବିତ joint venture ପାଇଁ କରାଯାଇଥିବା MoU କୁ ବାତିଲ କରିବାକୁ ବୋର୍ଡ ଅନୁମୋଦନ ଦେଇଛି।

Leave a comment