15 ଫେବୃଆରୀ 2026ରେ ଭାରତ ପାକିସ୍ତାନ ମଧ୍ୟରେ ଏକେ ଦିନ T20 ୱର୍ଲ୍ଡ କପ୍ ଏବଂ ଏସିଆ କପ୍ ରାଇଜିଂ ଷ୍ଟାର୍ସ ମ୍ୟାଚ୍

15 ଫେବୃଆରୀ 2026ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 ୱର୍ଲ୍ଡ କପ୍ 2026 ଏବଂ ଏସିଆ କପ୍ ରାଇଜିଂ ଷ୍ଟାର୍ସ 2026 ଅନ୍ତର୍ଗତ ଦୁଇଟି ପୃଥକ ମ୍ୟାଚ୍ ହେବ।

ଭାରତ ଏବଂ ପାକିସ୍ତାନ ଏକେ ଦିନରେ ଦୁଇଟି ଭିନ୍ନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବେ। 15 ଫେବୃଆରୀ 2026 ତାରିଖରେ T20 ୱର୍ଲ୍ଡ କପ୍ 2026 ଏବଂ ଏସିଆ କପ୍ ରାଇଜିଂ ଷ୍ଟାର୍ସ 2026 ଅନ୍ତର୍ଗତ ଭାରତ–ପାକିସ୍ତାନ ମଧ୍ୟରେ ଦୁଇଟି ପୃଥକ ମ୍ୟାଚ୍ ନିର୍ଦ୍ଧାରିତ ହୋଇଛି।

T20 ୱର୍ଲ୍ଡ କପ୍ 2026 ଫେବୃଆରୀ 7 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟକୁ ଭାରତ ଏବଂ ଶ୍ରୀଲଙ୍କା ସଂଯୁକ୍ତ ଭାବେ ଆୟୋଜନ କରିବେ। ଏହି ପ୍ରତିଯୋଗିତା ଅନ୍ତର୍ଗତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ 15 ଫେବୃଆରୀ 2026 ତାରିଖରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା 7ଟାରୁ ଖେଳାଯିବ।

ସେହି ଦିନ ଏସିଆ କପ୍ ରାଇଜିଂ ଷ୍ଟାର୍ସ 2026 ଅନ୍ତର୍ଗତ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଗୋଟିଏ ମ୍ୟାଚ୍ ହେବ। ଏହି ଟୁର୍ନାମେଣ୍ଟ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏଥିରେ ଯୁବ ଏବଂ ମହିଳା କ୍ରିକେଟର୍ମାନେ ଅଂଶଗ୍ରହଣ କରିବେ। ଦୁଇଟି ମ୍ୟାଚ୍ ଭିନ୍ନ ସମୟରେ ହେବାରୁ ଦର୍ଶକମାନେ ଉଭୟ ମ୍ୟାଚ୍ ଦେଖିପାରିବେ।

ଏସିଆ କପ୍ ରାଇଜିଂ ଷ୍ଟାର୍ସ 2026ରେ ମୋଟ 8ଟି ଟିମ୍ ଅଂଶଗ୍ରହଣ କରିବେ। ଟିମ୍ଗୁଡିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ଭାରତ ଏ, ପାକିସ୍ତାନ ଏ, ୟୁଏଇ ଏବଂ ନେପାଳ ରହିଛନ୍ତି। ଗ୍ରୁପ୍ ‘ବି’ରେ ବାଂଲାଦେଶ ଏ, ଶ୍ରୀଲଙ୍କା ଏ, ମାଲେସିଆ ଏବଂ ଆୟୋଜକ ଥାଇଲ୍ୟାଣ୍ଡ ରହିଛନ୍ତି।

T20 ୱର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ–ପାକିସ୍ତାନ ମ୍ୟାଚ୍ ସନ୍ଧ୍ୟା 7ଟାରୁ ଆରମ୍ଭ ହେବ। ଏସିଆ କପ୍ ରାଇଜିଂ ଷ୍ଟାର୍ସ ଅନ୍ତର୍ଗତ ଭାରତ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମ୍ୟାଚ୍ ଦୁପର 12:30ଟାରେ ଖେଳାଯିବ।

ୱୁମେନ୍ସ ରାଇଜିଂ ଷ୍ଟାର୍ସ ଏସିଆ କପ୍ 2026ର ସୂଚୀ ଅନୁଯାୟୀ, 13 ଫେବୃଆରୀରେ ପାକିସ୍ତାନ ଏ ବନାମ ନେପାଳ ସକାଳ 8:30ଟାରେ ଏବଂ ଭାରତ ଏ ବନାମ ୟୁଏଇ ଦୁପର 12:30ଟାରେ ହେବ। 14 ଫେବୃଆରୀରେ ମାଲେସିଆ ବନାମ ଥାଇଲ୍ୟାଣ୍ଡ ସକାଳ 8:30ଟାରେ ଏବଂ ବାଂଲାଦେଶ ଏ ବନାମ ଶ୍ରୀଲଙ୍କା ଏ ଦୁପର 12:30ଟାରେ ହେବ।

15 ଫେବୃଆରୀରେ ୟୁଏଇ ବନାମ ନେପାଳ ସକାଳ 8:30ଟାରେ ଏବଂ ଭାରତ ଏ ବନାମ ପାକିସ୍ତାନ ଏ ଦୁପର 12:30ଟାରେ ହେବ। 16 ଫେବୃଆରୀରେ ଶ୍ରୀଲଙ୍କା ଏ ବନାମ ମାଲେସିଆ ସକାଳ 8:30ଟାରେ ଏବଂ ବାଂଲାଦେଶ ଏ ବନାମ ଥାଇଲ୍ୟାଣ୍ଡ ଦୁପର 12:30ଟାରେ ହେବ।

17 ଫେବୃଆରୀରେ ଭାରତ ଏ ବନାମ ନେପାଳ ସକାଳ 8:30ଟାରେ ଏବଂ ପାକିସ୍ତାନ ଏ ବନାମ ୟୁଏଇ ଦୁପର 12:30ଟାରେ ହେବ। 18 ଫେବୃଆରୀରେ ବାଂଲାଦେଶ ଏ ବନାମ ମାଲେସିଆ ସକାଳ 8:30ଟାରେ ଏବଂ ଶ୍ରୀଲଙ୍କା ଏ ବନାମ ଥାଇଲ୍ୟାଣ୍ଡ ଦୁପର 12:30ଟାରେ ହେବ।

20 ଫେବୃଆରୀରେ ସେମିଫାଇନାଲ୍ 1 ସକାଳ 8:30ଟାରେ ଏବଂ ସେମିଫାଇନାଲ୍ 2 ଦୁପର 12:30ଟାରେ ହେବ। ଫାଇନାଲ୍ ମ୍ୟାଚ୍ 22 ଫେବୃଆରୀରେ ଦୁପର 12:30ଟାରେ ହେବ।

Leave a comment