ଉତ୍ତର ପ୍ରଦେଶ ଲୋକସେବା ଆୟୋଗ (UPPSC) ପିସିଏସ୍ 2024 ଲିଖିତ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ସାକ୍ଷାତ୍କାର ସୂଚୀ ଜାରି କରିଛି। ସାକ୍ଷାତ୍କାର 16 ଫେବୃଆରୀ 2026 ଠାରୁ 20 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଆୟୋଗ ସାକ୍ଷାତ୍କାର କଲ୍ ଲେଟର ମଧ୍ୟ ଉପଲବ୍ଧ କରାଇଛି। ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀମାନେ ନିଜର ଓନ୍ ଟାଇମ୍ ରେଜିଷ୍ଟ୍ରେସନ୍ (OTR) ନମ୍ବର ବ୍ୟବହାର କରି ଆୟୋଗର ଆଧିକାରିକ ୱେବସାଇଟ୍ରୁ ସାକ୍ଷାତ୍କାର ଲେଟର ଡାଉନଲୋଡ୍ କରିପାରିବେ। ସାକ୍ଷାତ୍କାର ଲେଟର ବିନା କୌଣସି ପ୍ରାର୍ଥୀଙ୍କୁ ସାକ୍ଷାତ୍କାରରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଛି।
ପିସିଏସ୍ 2024 ସାକ୍ଷାତ୍କାର 16 ଫେବୃଆରୀ 2026 ଠାରୁ ଆରମ୍ଭ ହୋଇ 20 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଚାଲିବ। ଏହି ସାକ୍ଷାତ୍କାର ପ୍ରକ୍ରିୟା ପ୍ରାୟ ଗୋଟେ ମାସ ଯାଏଁ ଚାଲିବ। ପ୍ରାର୍ଥୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସାକ୍ଷାତ୍କାର ଦୁଇଟି ସିଫ୍ଟରେ ଅନୁଷ୍ଠାନ କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି।
ପ୍ରଥମ ସିଫ୍ଟ ସକାଳ 9.30ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଫ୍ଟ ଦୁପୁର 2.00ଟାରୁ ଅନୁଷ୍ଠିତ ହେବ। ସକାଳ ସିଫ୍ଟର ପ୍ରାର୍ଥୀମାନେ ସକାଳ 8.00ଟାରୁ ପୂର୍ବରୁ ଆୟୋଗ ପରିସରରେ ଉପସ୍ଥିତ ହେବାକୁ ପଡ଼ିବ। ଦୁପୁର ସିଫ୍ଟର ପ୍ରାର୍ଥୀମାନେ 12.30ଟା ମଧ୍ୟରେ ରିପୋର୍ଟ କରିବା ଆବଶ୍ୟକ। ବିଳମ୍ବରେ ପହଞ୍ଚୁଥିବା ପ୍ରାର୍ଥୀମାନଙ୍କୁ ସାକ୍ଷାତ୍କାରରୁ ବଞ୍ଚିତ କରାଯାଇପାରେ ବୋଲି ଆୟୋଗ କହିଛି।
ସାକ୍ଷାତ୍କାର ଦିନ ପ୍ରାର୍ଥୀମାନେ ସାକ୍ଷାତ୍କାର ଲେଟର ସହ ସମସ୍ତ ଆବଶ୍ୟକ ଦଲିଲ ନେଇ ଆସିବାକୁ ପଡ଼ିବ। ଏଥିରେ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ସନଦ, ସମସ୍ତ ସନଦର ମୂଳ ପ୍ରତି, ଜାତି ସନଦ, ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଦଲିଲ ସାମିଲ ଅଛି। ଦଲିଲ ଅପୂର୍ଣ୍ଣ ଥିଲେ ସାକ୍ଷାତ୍କାରରେ ଅଂଶଗ୍ରହଣ କରିବାରେ ସମସ୍ୟା ହୋଇପାରେ ବୋଲି ଆୟୋଗ ସ୍ପଷ୍ଟ କରିଛି।
ସାକ୍ଷାତ୍କାର ପ୍ରକ୍ରିୟା ସମାପ୍ତ ହେବା ପରେ ଉତ୍ତର ପ୍ରଦେଶ ଲୋକସେବା ଆୟୋଗ ମୋଟ 220ଟି ପଦବୀରେ ଅନ୍ତିମ ନିଯୁକ୍ତି କରିବ। ସାକ୍ଷାତ୍କାର ଦିନ ସମୟରେ ପହଞ୍ଚିବା ଏବଂ ଆୟୋଗ ଜାରି କରିଥିବା ସମସ୍ତ ନିର୍ଦ୍ଦେଶ ଅନୁସରଣ କରିବାକୁ ପ୍ରାର୍ଥୀମାନଙ୍କୁ ଆୟୋଗ ଅନୁରୋଧ କରିଛି।





