ଦୁଇ ବର୍ଷ ପୂର୍ବେ ଖେଳିଥିଲେ ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍

ବାମହାତୀ ଏହି ବ୍ୟାଟ୍ସମ୍ୟାନ୍ ମାର୍ଚ୍ଚ ୨୦୨୦ ରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେ ୨୦୦୭ ମସିହାରେ ସୀମିତ ଓଭର କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ତାଙ୍କର ୭୮ ଟି ମ୍ୟାଚ୍ ବିଶିଷ୍ଟ କ୍ୟାରିୟରରେ ମୋଟ ୧୭୫୮ ରନ୍ ସଂଗ୍ରହ କରିଛନ୍ତି।

6 ମାସ ପୂର୍ବେ ନେଇଥିଲେ ବିରତି

ତମିମ ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଫର୍ମାଟରୁ ବିରତି ନେଇଥିଲେ। ସେ ସେହି ସମୟରେ କହିଥିଲେ ଯେ ସେ ଟି-20 ଆନ୍ତର୍ଜାତୀୟରୁ 6 ମାସ ପାଇଁ ବିରତି ନେବାକୁ ଯାଉଛନ୍ତି। ତାଙ୍କର ସମସ୍ତ ଧ୍ୟାନ ଟେଷ୍ଟ ଏବଂ ଦିନିକିଆ ଉପରେ ରହିବ।

ୱେଷ୍ଟଇଣ୍ଡିଜ୍‌ରେ ପ୍ଲେୟାର ଅଫ୍ ଦ ସିରିଜ୍

ତମିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଭାବେ ମନୋନୀତ ହୋଇଥିଲେ। ସେ ତିନୋଟି ମ୍ୟାଚ୍‌ରେ 117 ରନ୍ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି।

ତମିମ ଇକବାଲଙ୍କ ଦ୍ୱାରା ଟି-20 ଆନ୍ତର୍ଜାତୀୟ କ୍ରିକେଟକୁ ବିଦାୟ

୧୫ ବର୍ଷର କ୍ୟାରିୟରର ଅନ୍ତ, ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳ ଜାରି ରଖିବେ

Next Story