ଶୀନ୍ କହିଛନ୍ତି ଯେ ଦିନେ ସେ ରୋହନଙ୍କୁ କହିଥିଲେ ଯେ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସୁଛି। ମୋତେ ଲାଗୁଛି ତୁମେ ମଧ୍ୟ ବିବାହ ବିଷୟରେ ଗମ୍ଭୀରତାର ସହିତ ଚିନ୍ତା କରିବା ଉଚିତ୍। ସେତେବେଳେ ସେ ମୋତେ ପଚାରିଥିଲେ ଯେ ଆମେ କ'ଣ ଆମ ଜୀବନ ଏକାଠି ବିତାଇ ପାରିବା?
2018ରେ ରୋହନ ଏବଂ ଶୀନ୍ ଏକ ଶୋ'ରେ ଏକାଠି କାମ କରିଥିଲେ। 2020ରେ ରୋହନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଦିଶାଙ୍କ ମୃତ୍ୟୁ ପରେ ରୋହନ ଏବଂ ଶୀନ୍ଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।
୨୦୨୦ ମସିହାର ଜୁନ୍ ୮-୯ ତାରିଖ ରାତିରେ ମୁମ୍ବାଇର ମଲାଡ୍ରେ ଏକ ଆପାର୍ଟମେଣ୍ଟର ୧୪ ମହଲାରୁ ଖସିପଡିବା ଯୋଗୁଁ ଦିଶାଙ୍କର ମୃତ୍ୟୁ ହୋଇଥିଲା। ସିବିଆଇ ଦିଶାଙ୍କ ମୃତ୍ୟୁର କାରଣ ଏକ ଦୁର୍ଘଟଣା ବୋଲି କହିଛି। ଦିଶା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ଟିଭି ସିରିଏଲ ‘ପିୟା ଅଲେବଲା’ର ଆକ୍ଟର ରୋହନ ରାୟ ସିରିଏଲରେ ନିଜ କୋ-ଆକ୍ଟର ଶୀନ ଦାସଙ୍କୁ ବିବାହ କରିବାକୁ ଯାଉଛନ୍ତି। ରୋହନ ରାୟ ସ୍ଵର୍ଗତ ଅଭିନେତ୍ରୀ ଦିଶା ସାଲିଆନଙ୍କ ଏକ୍ସ-ବୟଫ୍ରେଣ୍ଡ ଅଟନ୍ତି।