ବାମହାତୀ ଏହି ବ୍ୟାଟ୍ସମ୍ୟାନ୍ ମାର୍ଚ୍ଚ ୨୦୨୦ ରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେ ୨୦୦୭ ମସିହାରେ ସୀମିତ ଓଭର କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ତାଙ୍କର ୭୮ ଟି ମ୍ୟାଚ୍ ବିଶିଷ୍ଟ କ୍ୟାରିୟରରେ ମୋଟ ୧୭୫୮ ରନ୍ ସଂଗ୍ରହ କରିଛନ୍ତି।
ତମିମ ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଫର୍ମାଟରୁ ବିରତି ନେଇଥିଲେ। ସେ ସେହି ସମୟରେ କହିଥିଲେ ଯେ ସେ ଟି-20 ଆନ୍ତର୍ଜାତୀୟରୁ 6 ମାସ ପାଇଁ ବିରତି ନେବାକୁ ଯାଉଛନ୍ତି। ତାଙ୍କର ସମସ୍ତ ଧ୍ୟାନ ଟେଷ୍ଟ ଏବଂ ଦିନିକିଆ ଉପରେ ରହିବ।
ତମିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ରେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଭାବେ ମନୋନୀତ ହୋଇଥିଲେ। ସେ ତିନୋଟି ମ୍ୟାଚ୍ରେ 117 ରନ୍ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି।
୧୫ ବର୍ଷର କ୍ୟାରିୟରର ଅନ୍ତ, ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳ ଜାରି ରଖିବେ