ସୋସିଆଲ ମିଡିଆର ଜଣାଶୁଣା କମେଡିଆନ ତଥା ୟୁଟ୍ୟୁବର ଭୁବନ ବାମ, କିଙ୍ଗ ଖାନଙ୍କ ସହିତ ଫିଲ୍ମର ଓଟିଟି ଷ୍ଟ୍ରିମିଂ ପାଇଁ ଏକ ମଜାଳିଆ ପ୍ରୋମୋ ଭିଡିଓ ଶୁଟ କରିଛନ୍ତି। ଏହି ଭିଡିଓକୁ ପ୍ରାଇମ ଭିଡିଓ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି।
ଶାହରୁଖ ଖାନଙ୍କ 'ପଠାନ'କୁ ଆପଣ ଓଟିଟିରେ ଦେଖିପାରିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଶାହରୁଖ ଖାନଙ୍କ ସହିତ ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଭୁବନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶାହରୁଖ ଖାନଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି।
ଏହି ଭିଡିଓରେ କିଙ୍ଗ ଖାନ ଭିଡିଓର ଆରମ୍ଭରେ ପଠାନର ଡାଇଲଗ କହୁଥିବାର ନଜର ଆସିଛନ୍ତି। କିନ୍ତୁ ଶାହରୁଖଙ୍କୁ ଏହା ପସନ୍ଦ ଆସେ ନାହିଁ ଏବଂ ସେ ଭୁବନଙ୍କୁ କୁହନ୍ତି, "ଏହି ପ୍ରମୋସନରେ ତୁମେ ଫିଲ୍ମର ଡାଇଲଗ କାହିଁକି ବ୍ୟବହାର କରୁଛ, କିଛି ନୂଆ ଚିନ୍ତା କରିପାରିବ ନାହିଁ?"