ଅନୁଭବ ସିହ୍ନା ଏହା ମଧ୍ୟ କହିଥିଲେ ଯେ ରା.ୱାନ କେବଳ ଭାରତରେ 130 କୋଟି ଟଙ୍କା ରୋଜଗାର କରିଥିଲା। ତେବେ ଏହି ଫିଲ୍ମଟି ଫ୍ଲପ୍ କିପରି ହେଲା?
ଅନୁଭବ ଆହୁରି କହିଛନ୍ତି, 'ଶାହରୁଖ ରା.ୱନ୍ ପାଇଁ ନିଜର ସବୁକିଛି ଦେଇ ଦେଇଥିଲେ। ହୁଏତ ସେହି ଫିଲ୍ମ ହିଟ୍ ହେଲେ କି ଫ୍ଲପ୍ ହେଲେ ତାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥାନ୍ତା।'
Connect FM Canada ସହିତ କଥାବାର୍ତ୍ତା କରିବା ସମୟରେ ଅନୁଭବ ସିହ୍ନା କହିଛନ୍ତି, 'ରା.ୱନ୍ ରିଲିଜ୍ ହେବାର 12 ବର୍ଷ ହୋଇଗଲାଣି। ଫିଲ୍ମ ରିଲିଜ୍ ହେବା ମାତ୍ରେ ହିଁ ଲୋକମାନେ ଏହାକୁ ଫ୍ଲପ୍ ବୋଲି କହିବା ଆରମ୍ଭ କରିଦେଇଥିଲେ।'
ନିର୍ଦ୍ଦେଶକ ଅନୁଭବ ସିହ୍ନା ଆଜିକାଲି ନିଜର ଆଗାମୀ ଫିଲ୍ମ 'ଭିଡ଼'କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ପ୍ରମୋସନ୍ ସମୟରେ ସେ ଶାହରୁଖ ଖାନଙ୍କ 2011ରେ ରିଲିଜ୍ ହୋଇଥିବା ଫିଲ୍ମ ରା.ୱାନ ବିଷୟରେ ଉଲ୍ଲେଖ କରିଥିଲେ।