ମିଡିଆ ରିପୋର୍ଟ ଅନୁସାରେ, ଅଗମ କୁମାର ନିଗମ ରବିବାର ଦିନ ଭର୍ସୋଭା ଅଞ୍ଚଳରେ ନିକିତାଙ୍କ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। କିଛି ସମୟ ପରେ ସେ ଫେରିବା ପରେ ନିଜ ଝିଅକୁ ଫୋନ୍ କରି କହିଥିଲେ ଯେ କାଠ ଆଲମାରୀରେ ଥିବା ଡିଜିଟାଲ୍ ଲକରରୁ ୪୦ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି।
ସୋନୁ ନିଗମଙ୍କ ସାନ ଭଉଣୀ ନିକିତାଙ୍କ କହିବା ଅନୁସାରେ, ତାଙ୍କ ବାପାଙ୍କ ପାଖରେ ପ୍ରାୟ ୮ ମାସ ହେବ ରେହାନ ନାମକ ଜଣେ ଡ୍ରାଇଭର ଥିଲେ। ଅନେକ ଦିନରୁ ତାଙ୍କ କାମକୁ ନେଇ ଅଭିଯୋଗ ଥିଲା।
ମିଡିଆ ରିପୋର୍ଟ ଅନୁସାରେ, ଜଣେ ପୋଲିସ୍ ଅଧିକାରୀ ବୁଧବାର ଦିନ କହିଛନ୍ତି ଯେ ସିଙ୍ଗର ସୋନୁ ନିଗମଙ୍କ ବାପା ତାଙ୍କ ପୂର୍ବତନ ଡ୍ରାଇଭରଙ୍କ ବିରୋଧରେ ଘରୁ 72 ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ପୂର୍ବତନ ଡ୍ରାଇଭର ରେହାନ ଗିରଫ ହୋଇଛି। ତାକୁ କିଛି ଦିନ ପୂର୍ବରୁ କାମରୁ ବାହାର କରାଯାଇଥିଲା।