ନିକଟତମ ମିଡିଆ ରିପୋର୍ଟ ଅନୁସାରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କର ଏକାଠି 'ଟାଇଗର ୩' ଶେଷ ଫିଲ୍ମ ହେବ । ଏହା ପରେ ଦୁହେଁ ଆଉ କେବେବି ଏକାଠି କାମ କରିବେ ନାହିଁ ।
ଆଉ ଥରେ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଯୋଡ଼ି ଏକାଠି ନଜର ଆସିବେ, ଯାହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। କିନ୍ତୁ ଏହା ସହିତ ପ୍ରଶଂସକମାନଙ୍କ ପାଇଁ ଏକ ଖରାପ ଖବର ମଧ୍ୟ ସାମ୍ନାକୁ ଆସୁଛି, ଯାହା ଶୁଣି ଆପଣଙ୍କୁ ଦୁଃଖ ଲାଗିପାରେ।
ଦର୍ଶକ ଦୀର୍ଘ ସମୟ ଧରି ଫିଲ୍ମ 'ଟାଇଗର 3'କୁ ଅପେକ୍ଷା କରି ରହିଛନ୍ତି। ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଏହି ଫିଲ୍ମର ପ୍ରଥମ ଭାଗ ‘ଏକ ଥା ଟାଇଗର’ 2012 ମସିହାରେ ମୁକ୍ତିଲାଭ କରିଥିଲା।
'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହୈ' ଭଳି ହିଟ୍ ଫିଲ୍ମ ପରେ ଏବେ ପୁଣି ଥରେ ଟାଇଗର ଗର୍ଜନ କରିବାକୁ ପ୍ରସ୍ତୁତ ଅଛି।