ଅନୁଷ୍କାଙ୍କ ପ୍ରଶଂସକମାନେ ଏହି ଯୋଡ଼ିଙ୍କର ସୁନ୍ଦରତାକୁ ପ୍ରଶଂସା କରି ଥକୁନାହାନ୍ତି। ଏହି ଭିଡିଓରେ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି 'ଶ୍ରେଷ୍ଠ ଏବଂ ସବୁଠାରୁ ସୁନ୍ଦର ଦମ୍ପତି' ।
ଅନୁଷ୍କା ବାଇଗଣୀ ରଙ୍ଗର ଅଫ୍ ଶୋଲ୍ଡର ଗାଉନରେ ନଜର ଆସିଥିବା ବେଳେ ବିରାଟ କଳା ରଙ୍ଗର ସୁଟରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଉଭୟ ପରସ୍ପରର ହାତ ଧରି ରୋମାଣ୍ଟିକ ପୋଜ୍ ଦେଇ ପାପାରାଜିଙ୍କୁ ଦେଖା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଅନୁଷ୍କା ଶର୍ମା ଦୀର୍ଘ ସମୟ ପରେ ଫିଲ୍ମ 'ଚକଦା ଏକ୍ସପ୍ରେସ୍' ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମଟି ଭାରତୀୟ ମହିଳା କ୍ରିକେଟ୍ ଦଳର ଦ୍ରୁତ ବୋଲର୍ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ ଅଟେ।
ଦେଖାଗଲା ଜବରଦସ୍ତ କେମେଷ୍ଟ୍ରି, ପ୍ରଶଂସକମାନେ କହିଲେ ଶ୍ରେଷ୍ଠ ଯୋଡ଼ି।