କିଛୁଦିନ ତଳେ ଆଲିଆ ଭଟ୍ଟ ସମ୍ପୂର୍ଣ୍ଣ ପରିବାର ସହିତ ଲଣ୍ଡନରେ ଛୁଟି କାଟିଥିଲେ। ଏବେ ସେ ଛୁଟିରୁ ଫେରି ଆସିଛନ୍ତି। ଆଲିଆଙ୍କୁ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା ଏବଂ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ସବୁବେଳେ ପରିପ୍ରକାର ସୁନ୍ଦର ଦେଖାଯାଇଛନ୍ତି।
ଜଣାଅନ୍ତୁ, ଆଲିଆ ଭଟ୍ଟ ଗତ ବର୍ଷ ୨୦୨୨ ନଭେମ୍ବର ୬ ତାରିଖରେ ତାଙ୍କର ଝିଅ ରାହାକୁ ଜନ୍ମ ଦେଇଥିଲେ। ଏବଂ ପ୍ରସବ ପରେ ସେ କାମକୁ ଫେରି ଆସିଛନ୍ତି। ଖବର ଅନୁଯାୟୀ, ଆଲିଆ ଲଣ୍ଡନରେ ତାଙ୍କର ଆସନ୍ନ ହଲିଉଡ୍ ଚଳଚ୍ଚିତ୍ର 'ହାର୍ଟ ଅଫ୍ ଷ୍ଟୋନ୍'ର ବାକି ସିନେମା ସଟିଂ କରିବାକୁ ଗଲାଣି।
ଆଲିଆ ଏହି ଯାତ୍ରାର ଅନେକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଆଲିଆ ଭଟ୍ଟ, ରଣବୀର କପୂର ଓ ଅଭିନେତ୍ରୀଙ୍କ ଭଉଣୀ ଶାହିନ ଭଟ୍ଟ ଦେଖାଯାଉଛନ୍ତି।
ମୁମ୍ବାଇ ଏୟାରପୋର୍ଟରେ ଧଳା ଜାକେଟ୍ ଓ କଳା ଜୀନ୍ସରେ ଷ୍ଟାଇଲିସ୍ ଲୁକ୍ ଦେଖାଇଲେ ।