କାଜୋଲଙ୍କ ଭଉଣୀ ଏବଂ ଅନେକ ଚଳଚ୍ଚିତ୍ରରେ ଅଭିନୀତ ତନୀଷା ମୁଖର୍ଜୀ ୩୯ ବର୍ଷ ବୟସରେ ତାଙ୍କ ଅଣ୍ଡା ଫ୍ରିଜ୍ କରାଇଥିଲେ। ତନୀଷା ଏକ ସାକ୍ଷାତ୍କାରରେ କହିଥିଲେ ଯେ, ତାଙ୍କ ବୟସ ୩୩ ବର୍ଷ ହେଲା ସମୟରେ ଏହି ପ୍ରକ୍ରିୟା କରାଇବାକୁ ସ୍ଥିର କରିଥିଲେ। ତଥାପି, ସେତେବେଳେ ଡାକ୍ତରମାନେ ଏହା କରିବାକୁ ମନା କରିଥିଲେ।
ପ୍ରସିଦ୍ଧ ଟିଭି ଅଭିନେତ୍ରୀ ମୋନା ସିଂହ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳେ ସେ ତାଙ୍କର ଅଣ୍ଡା ଫ୍ରିଜ୍ କରି ନେଇଥିଲେ। ଏହା କରିବା ପରେ ସେ ସମ୍ପୂର୍ଣ୍ଣ ମୁକ୍ତ ଅନୁଭବ କରୁଛନ୍ତି। ମୋନା କହିଛନ୍ତି ଯେ ବର୍ତ୍ତମାନ ସେ ଶିଶୁ ଜନ୍ମ କରିବାକୁ ମାନସିକ ଭାବେ ପ୍ରସ୍ତୁତ ନାହା
ଏହା ଏକ ସାଧାରଣ ପଦ୍ଧତି, ଯେଉଁଥିରେ ମହିଳାଙ୍କ ଗର୍ଭାଶୟରୁ ସ୍ୱାସ୍ଥ୍ୟସମ୍ପନ୍ନ ଅଣ୍ଡାକୁ ଡାକ୍ତରୀ ତତ୍ତ୍ୱାବଧାନରେ ସଂରକ୍ଷଣ କରାଯାଏ। ପରେ ଯେତେବେଳେ ମହିଳା ଗର୍ଭବତୀ ହେବାକୁ ଚାହାଁନ୍ତି, ତେବେ ଏହି ଅଣ୍ଡାକୁ ବ୍ୟବହାର କରାଯାଇପାରେ।
ମୋନା ସିଂହରୁ ଆରମ୍ଭ କରି ରାଖୀ ସାବନ୍ତ ପର୍ଯ୍ୟନ୍ତ; କାଜୋଲଙ୍କ ଭଉଣୀ ମଧ୍ୟ ଏହି ତାଲିକାରେ ଅଛନ୍ତି।