ଏବେ ସାମ୍ପ୍ରତିକ ସମୟରେ ସୋସିଆଲ୍ ମିଡିଆରେ ତାଙ୍କର ଏକ ୱାର୍କଆଉଟ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତୀବ୍ର ୱାର୍କଆଉଟ୍ କରୁଥିବା ଦେଖାଯାଉଛନ୍ତି। ଲୁକ୍ ବିଷୟରେ କହିଲେ, ସେ କଳା ଟପ୍ ଓ କଳା ଶାର୍ଟସ୍ ପିନ୍ଧି ଦେଖାଯାଉଛନ୍ତି।
ଫିଲ୍ମର ରିଲିଜ୍ ବିଷୟରେ କହିଲେ, 'ଏନ୍ଟିଆର୍ 30' ଆଗାମୀ ବର୍ଷ 2024 ମସିହାର 5 ମାର୍ଚ୍ଚରେ ସିନେମା ହଲରେ ମୁକ୍ତି ପାଇବ। ଏହା ଜୁନିଅର ଏନ୍ଟିଆରଙ୍କ ପ୍ରଥମ ସୋଲୋ ପାନ୍ ଇଣ୍ଡିଆ ଫିଲ୍ମ।
ଜାଣିବାକୁ ମିଳିଛି, ଜାନ୍ହ୍ଵୀ ଖୁବଶୀଘ୍ର ଜୁନିଅର ଏନ୍ଟିଆରଙ୍କ ଫିଲ୍ମ ଜରିଆରେ ଟଲିଉଡ୍ରେ ପ୍ରବେଶ କରିବେ। ଏହି ଫିଲ୍ମର ଏକ ପୋଷ୍ଟର ଜାନ୍ହ୍ଵୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ।
ଫିଟନେସ୍ ପାଇଁ ଜିମ୍ରେ କଠିନ ପରିଶ୍ରମ କରିଥିବା ଏହି ଭିଡିଓ ଦେଖି ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି।