୨୦୨୨ରେ ଫେରି ମୁକ୍ତିଲାଭ କଲା ବାବା

ଜଣା ପଡ଼ୁଛି ଯେ ବାବା ଚଳିତ ବର୍ଷ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ପୁଣି ଥରେ ମୁକ୍ତିଲାଭ କରିଥିଲା। ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ଆୟ କରିଥିଲା। ରଜନୀକାନ୍ତଙ୍କ ପାଇଁ ଏହି ଚଳଚ୍ଚିତ୍ର ବାବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାବା ପୁନର୍ବାର ମୁକ୍ତି ପାଇବା ପରେ ହିଟ୍‌ ହୋଇଛି

ମନୀଷା ଆଗକୁ କହିଲେ, 'ଯେତେବେଳେ ବାବା ଫେରି ସିନେମା ହଲରେ ମୁକ୍ତି ପାଇଲା, ସେତେବେଳେ ଏହା ଏକ ବଡ଼ ହିଟ୍‌ ହୋଇଥିଲା। କାରଣ, ରଜନୀ ସର୍‌ଙ୍କ ଫିଲ୍ମ କେବେ ଫ୍ଲପ୍‌ ହୋଇ ପାରିବ ନାହିଁ। ସେ ନିଜ କାମକୁ ନେଇ ସବୁବେଳେ ବହୁତ ସକ୍ରିୟ ଓ ପ୍ରଫେସନାଲ୍‌ ରହିଛନ୍ତି।'

ବାବା ଫ୍ଲପ୍‌ ହେବା ପରେ ଫିଲ୍ମ ଅଫର୍‌ ବନ୍ଦ ହୋଇଗଲା

ମଣିଷା ଆଗକୁ କହିଲେ, "ବାବା ରିଲିଜ୍‌ ହେବା ପୂର୍ବରେ, ମୁଁ କେତେକ ଦକ୍ଷିଣୀ ଚଳଚ୍ଚିତ୍ରରେ କାମ କରୁଥିଲି। କିନ୍ତୁ ବାବା ଫିଲ୍ମ ବକ୍ସ ଅଫିସରେ ସଫଳ ନ ହେବା ପରେ, ମୋତେ ଫିଲ୍ମ ଅଫର୍‌ କମ୍‌ ଆସିବାକୁ ଲାଗିଲା। ଧୀରେ ଧୀରେ ଅଫର୍‌ ଆସିବା ବନ୍ଦ ହୋଇଗଲା।"

ମଣିଷା କୋଏରାଲା ସ୍ମରଣ କଲେ କରିଅରର ଅବନତି

ସେ କହିଲେ, "ଫିଲ୍ମ ବାବା ଫ୍ଲପ୍‌ ହେବା ପରେ ମନେ ହେଲା ଯେ ଦକ୍ଷିଣ ଚଳଚ୍ଚିତ୍ରରେ ମୋର କରିଅର ଶେଷ ହୋଇଯାଇଛି।"

Next Story