ମୁମ୍ବାଇ ଏୟାରପୋର୍ଟରେ ସେ ସ୍ପଟ୍ ହୋଇଥିଲେ, ଏବଂ ଏହି ଷ୍ଟାଇଲ୍ ଫ୍ୟାନ୍ସଙ୍କୁ ଭଲ ଲାଗିଥିଲା।
ଏହି ଯୋଡ଼ି ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ ହେବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ଭାରତକୁ ଆସିବାର କାରଣ ନେଇ ଟ୍ୱିଟ୍ କରୁଛନ୍ତି। ଏହି ଭିଡିଓରେ ଜଣେ ଫ୍ୟାନ୍ ଲେଖିଛନ୍ତି- କି ଏମାନେ ଭାରତରେ ନିଜର ବିବାହ ସ୍ଥାନ ନିର୍ଦ୍ଧାରଣ କରିବାକୁ ଆସିଛନ୍ତି?
ବିମାନବନ୍ଦରରେ ଦୁହେଁ କ୍ୟାଜୁଅଲ ଲୁକ୍ରେ ଦେଖା ଦେଇଛନ୍ତି। ଜେନ୍ଡାୟା ସଫେଦ ଟି-ସାର୍ଟ, ପ୍ୟାଣ୍ଟ ଏବଂ ଜାକେଟ୍ରେ ଦେଖା ଦେଇଥିବା ବେଳେ, ଟମ୍ ହଲାଣ୍ଡ ଗୋଲାପୀ ଟି-ସାର୍ଟ, ନୀଳ ଡେନିମ୍ ଏବଂ କଳା ଜାକେଟ୍ରେ ଦେଖା ଦେଇଛନ୍ତି। ତା’ଛଡ଼ା, ଟମ୍ ନିଜ ସାଙ୍ଗରେ ଏକ ବ୍ୟାଗପ୍ୟାକ୍ ଏବଂ ଟୋପି ଧରିଥିଲେ।
କଳିନା ଏୟାରପୋର୍ଟରେ ଏହି ଯୋଡ଼ି ଏକାଠି ସ୍ପଟ୍ ହୋଇଛନ୍ତି। ଜେନ୍ଡାୟା ଏୟାରପୋର୍ଟରୁ ବାହାରକୁ ଆସୁଥିବା ସମୟରେ ହସୁଥିବା ଦେଖାଯାଇଛନ୍ତି। ସେହିପରି, ଟମ୍ ଏୟାରପୋର୍ଟରୁ ବାହାରି ସିଧାସଳଖ ଗାଡ଼ି ଆଡକୁ ଚାଲିଗଲେ।
ପ୍ରଥମ ଥର ପାଇଁ ମୁମ୍ବାଇରେ ଏକାଠି ଦେଖା ଦେଇଛନ୍ତି ହଲିଉଡ୍ ତାରକା ଜେନ୍ଡାଇଆ ଓ ଟମ୍ ହଲାଣ୍ଡ । ପ୍ରଶଂସକମାନେ ଭାରତ ଆସିବାର କାରଣ ଜାଣିବାକୁ ଚାହୁଁଛନ୍ତି।