ଏହା ବ୍ୟତୀତ, ସେମାନଙ୍କ ସହିତ ଶହନାଜ୍ ଗିଲ, ପଲକ୍ ତିୱାରୀ, ରାଘବ୍ ଜୁୟାଲ, ସିଦ୍ଧାର୍ଥ ନିଗମ ମଧ୍ୟ ଦେଖା ଦେଇଛନ୍ତି। ସମସ୍ତେ ଦକ୍ଷିଣ ଭାରତୀୟ ପୋଷାକ ପରିଧାନ କରିଛନ୍ତି। ଏହା ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି।
ସଲମାନ ଖାନ୍ ନିର୍ମିତ ଏହି ଚଳଚ୍ଚିତ୍ରରେ ସେହିଭଳି ପୁଜା ହେଗଡ଼େ, ଭେଙ୍କଟେଶ ଦଗ୍ଗୁବାତି, ଜଗପତି ବାବୁ, ଭୂମିକା ଚାବ୍ଲା, ଅଭିମନ୍ୟୁ ସିଂହ, ସହନାଜ ଗିଲ, ଜସି ଗିଲ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଓ ପଲକ ତିୱାରୀ ଅଭିନୀତ ହେବେ।
ସଲମାନ ଖାନ ପ୍ରଥମ ଥର ପାଇଁ ଲୁଙ୍ଗି, ଶାର୍ଟ ଓ ଗମ୍ଚା ପିନ୍ଧି ଦେଖା ଦେଇଛନ୍ତି। କଳା ଚଶ୍ମା ଓ ମସ୍ତକରେ ଟିକା ଲଗାଇ ଭାଇଜାନଙ୍କ ସ୍ୱିଗ୍ ଦେଖିବାକୁ ମନୋରମ।
ଦକ୍ଷିଣ ଭାରତୀୟ ଶୈଳୀରେ ସଜ୍ଜିତ ସଲମାନ ଖାନ୍ ଏବଂ ଶହନାଜ ଗିଲଙ୍କ ଏକ ନୂଆ ଗୀତ ମୁକ୍ତିଲାଭ କରିଛି।