ଟ୍ରେଲରରେ ମାଇଲ୍ସ ମୋରେଲ୍ସର ଏଣ୍ଟ୍ରି ମଲ୍ଟିଭର୍ସରେ ହେଉଥିବା ଦେଖାଯାଉଛି। ୨୦୨୧ ମସିହାରେ ଟୋବି ମାଗ୍ୱାଇର୍, ଆଣ୍ଡ୍ରୁ ଗାରଫିଲ୍ଡ ଏବଂ ଟମ୍ ହଲ୍ଲାଣ୍ଡ ସ୍ପାଇଡରମ୍ୟାନ୍ ଫିଲ୍ମରେ ଏକାଠି ଦେଖାଯାଇଥିଲେ। ଏବେ ଏହି ଫିଲ୍ମରେ ସେମାନଙ୍କର କାଳ୍ପନିକ ଆନିମେଟେଡ୍ ଚରିତ୍ର ଏକାଠି ଦେଖିବାକୁ ମିଳିବ।
‘ସ୍ପାଇଡରମ୍ୟାନ୍ : ଏକ୍ରସ୍ ଦି ସ୍ପାଇଡର ଭର୍ସ’ର ଟ୍ରେଲରରେ ଦେଖାଯାଇଛି ଯେ ଏଥର ସ୍ପାଇଡରମ୍ୟାନ୍ ଉପରେ କେବଳ ସଂସାରକୁ ରକ୍ଷା କରିବାର ଦାୟିତ୍ୱ ନାହିଁ, ବରଂ ଏଥର ସ୍ପାଇଡରମ୍ୟାନ୍କୁ ମଲ୍ଟିଭର୍ସରେ ଥିବା ସମସ୍ତ ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର ଉମେନଙ୍କୁ ମଧ୍ୟ ରକ୍ଷା କରିବାକୁ ପଡ଼ିବ।
ଏହି ଥର ଫିଲ୍ମରେ ସ୍ପାଇଡରମ୍ୟାନ୍ ଚରିତ୍ରରେ ମାଇଲ୍ସ ମୋରେଲ୍ସ ଏକ ନୂଆ ଢଙ୍ଗରେ ନଜର ଆସିବେ। ସେହିପରି ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଭାରତର ନିଜସ୍ୱ ସ୍ପାଇଡରମ୍ୟାନ୍ - ପବିତ୍ର ପ୍ରଭାକର ମଧ୍ୟ ନଜର ଆସିବେ।
ସ୍ପାଇଡରମ୍ୟାନ୍ କୁ ପବିତ୍ର ପ୍ରଭାକରଙ୍କ ଭାରତୀୟ ଅବତାର ଦିଆଯାଇଛି। ମୁମ୍ବାଇର ରାସ୍ତାରେ ଝୁଲୁଥିବା ସ୍ପାଇଡରମ୍ୟାନ୍ ଦେଖିବାକୁ ମିଳିବ।