ଏହି ଭିଡିଓରେ ମାହି ନିଜ ୪ ବର୍ଷର ଝିଅକୁ ରାତା ଲିପଷ୍ଟିକ୍ ଏବଂ ଆଇଲାଇନର ଲଗାଇଛନ୍ତି

ଏତିକି ନୁହେଁ, ଏହି ଭିଡିଓରେ ମାହି ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ସେ ନିଜେ ମଧ୍ୟ ମାସ୍କ ପିନ୍ଧିନାହାନ୍ତି ଏବଂ ନିଜ ଝିଅକୁ ମଧ୍ୟ ପିନ୍ଧାଇନାହାନ୍ତି। ଏହାପରେ ତାଙ୍କୁ ନିରନ୍ତର ଟ୍ରୋଲ୍ କରାଯାଉଛି।

ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଭିଡିଓରେ ଲୋକମାନେ ଏଭଳି କମେଣ୍ଟ କରିଛନ୍ତି

ଭିଡିଓରେ ଜଣେ ୟୁଜର୍ କମେଣ୍ଟ କରି ଲେଖିଛନ୍ତି, ‘ଝିଅକୁ ଏତେ ମେକଅପ୍ କାହିଁକି ଲଗାଉଛନ୍ତି, ତାକୁ ଏହାର ଆବଶ୍ୟକତା ନାହିଁ।’

ଟିଭି ଅଭିନେତ୍ରୀ ମାହୀ ବିଜ ହାଲିଆ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ।

ଆରୋଗ୍ୟ ପରେ ସେ କମେଡିଆନ୍‌ ଭାରତୀ ସିଂହଙ୍କ ପୁତ୍ରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଛନ୍ତି। ଏହି ପାର୍ଟିରେ ମାହୀଙ୍କ ସହିତ ତାଙ୍କ ଝିଅ ତାରା ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାରାକୁ ଦେଖିବା ମାତ୍ରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଉତ୍ତେଜିତ ହୋଇଯାଇଛନ୍ତି।

ମାହି ବିଜ୍ ଝିଅକୁ ଲିପଷ୍ଟିକ୍ ଲଗାଇବାରୁ ଟ୍ରୋଲ୍‌ ହେଲେ

୪ ବର୍ଷର ତାରାକୁ ମେକଅପ୍ କରାଇବା ପରେ ଭିଡିଓ ଦେଖି ବ୍ୟବହାରକାରୀମାନେ ଉତ୍ତେଜିତ ହୋଇ ମାହିଙ୍କୁ ଭଲମନ୍ଦ କହିଛନ୍ତି।

Next Story