ଆହତ କାରଣରୁ ହିଁ ଆୟର ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳିପାରିନଥିଲେ। ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA) ରେ ନିଜର ପୁନର୍ବାସ ସମାପ୍ତ କରିଥିଲେ।
IPL 2022 ମେଗା ନିଲାମରେ KKR ଆୟରଙ୍କୁ 12.25 କୋଟି ଟଙ୍କାରେ କିଣିଥିଲା। ଗତ ସିଜିନରେ ଆୟରଙ୍କ ଅଧିନାୟକତ୍ୱରେ KKR ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ, ସେ ନିଜ ବ୍ୟାଟ୍ସମ୍ୟାନ ଭାବେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।
ଆଇପିଏଲ୍ ମ୍ୟାଚ୍ ଗୁଡ଼ିକ ମାର୍ଚ୍ଚ 31ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ମେ' ମାସର ଶେଷ ପର୍ଯ୍ୟନ୍ତ ଚାଲିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ୍ ଜୁନ୍ 7ରୁ 11 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲ୍ରେ ଖେଳାଯିବ।
ଭାରତୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଆଇପିଏଲ୍ (IPL) ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲରୁ ବାଦ୍ ପଡ଼ିପାରନ୍ତି। ପିଠିରେ ଯନ୍ତ୍ରଣା ହେତୁ ଶ୍ରେୟସ୍ ଅଷ୍ଟ୍ରେଲିଆ ବିପକ୍ଷରେ ଅହମ୍ମଦାବାଦ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ମଧ୍ୟ ଖେଳିପାରି ନ ଥିଲେ।