ଏବେ ଭାରତୀୟ ଦଳର ଲକ୍ଷ୍ୟ ଏକଦିବସୀୟ ବିଶ୍ୱକପ୍

ଅକ୍ଟୋବର-ନଭେମ୍ବର ମାସରେ ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ମାଟିରେ ହିଁ ଖେଳାଯିବ। ଭାରତୀୟ ଦଳ ନିଜ ମାଟିରେ ହିଁ ଶେଷ ଥର ପାଇଁ ବିଶ୍ୱକପ୍ ଜିତିଥିଲା।

10ଟି ଦଳ ଅଂଶଗ୍ରହଣ କରୁଛନ୍ତି

ଏହି ଟୁର୍ଣ୍ଣାମେଣ୍ଟ 46 ଦିନ ଧରି ଚାଲିବ ଏବଂ ତିନୋଟି ନକ୍ଆଉଟ୍ ସମେତ ମୋଟ 48ଟି ମ୍ୟାଚ୍ ଖେଳାଯିବ। ଚଳିତ ଥର ବିଶ୍ୱକପ୍‌ରେ 10ଟି ଦଳ ଭାଗ ନେଉଛନ୍ତି।

ପ୍ରଥମ ଥର ପାଇଁ ବିଶ୍ଵ କପ୍‌ର ସମ୍ପୂର୍ଣ୍ଣ ଆୟୋଜନ

ଭାରତ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବିଶ୍ଵ କପ୍‌ର ଆୟୋଜନ କରୁଛି। ଏହା ପୂର୍ବରୁ, ଭାରତ ନିଜର ପଡୋଶୀ ଦେଶମାନଙ୍କ ସହିତ ମିଶି ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ କରିସାରିଛି।

ଅକ୍ଟୋବର 5 ତାରିଖରୁ ଆରମ୍ଭ, ନଭେମ୍ବର 19 ରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍

ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତର ଆୟୋଜନରେ ହେଉଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପର ତାରିଖ ଘୋଷଣା କରାଯାଇଛି। ଏହାର ମ୍ୟାଚଗୁଡ଼ିକ ଭାରତର 12ଟି ସହରରେ ଆୟୋଜିତ ହେବ।

Next Story