ଭାରତର ସୂର୍ଯ୍ୟକୁମାର ଯାଦବ ସିରିଜର ପ୍ରଥମ ୨ଟି ଏକଦିବସୀୟ ମ୍ୟାଚ୍ରେ ପ୍ରଥମ ବଲ୍ରେ ଶୂନ୍ୟ ରନ୍ କରି ଏଲ୍ବିଡବ୍ଲ୍ୟୁ ହେବା ପରେ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିନଥିଲେ।
ପ୍ରଥମ ପାଳିରେ ଭାରତର କୁଲଦୀପ ଯାଦବ ୩ଟି ୱିକେଟ୍ ନେଇଥିଲେ।
ଭାରତୀୟ ଦଳ ଫିଲ୍ଡିଂ କରିବା ପାଇଁ ପଡିଆକୁ ଓହ୍ଲାଇଲା। ଠିକ୍ ସେହି ସମୟରେ ଷ୍ଟାଡିୟମରେ 'ଚେନ୍ନାଇ ଏକ୍ସପ୍ରେସ୍' ଚଳଚ୍ଚିତ୍ରର 'ଲୁଙ୍ଗି ଡାନ୍ସ' ଗୀତ ବାଜିବା ଆରମ୍ଭ ହୋଇଗଲା।
ଭାରତର ବିରାଟ କୋହଲି ଲୁଙ୍ଗି ଡାନ୍ସ ଗୀତରେ ତାଳ ଦେଇ ନାଚୁଥିବାର ଦେଖାଗଲେ।