ଆଫ୍ରିଦି ଗତ ବର୍ଷ ମେ' ମାସରେ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ପ୍ରମୁଖ ୟାସୀନ ମଲିକଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ,
ଏହା ପୂର୍ବରୁ ଆଫ୍ରିଦୀ ଜଣେ ପ୍ରଶଂସକଙ୍କୁ ତିରଙ୍ଗାରେ ଅଟୋଗ୍ରାଫ୍ ଦେଉଥିବାର ଦେଖାଯାଇଥିଲା। ତା'ପରେ ଭାରତୀୟମାନେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରିଥିଲେ।
'ମୋର ଗୋଟିଏ କଥା ସ୍ପଷ୍ଟ, ଯଦି ଦୁନିଆରେ କେଉଁଠି ଜଣେ ଜାଲିମ୍ (ଅତ୍ୟାଚାରୀ) ଥିବ ଏବଂ କେଉଁଠି ଜଣେ ମଜଲୁମ୍ (ଅତ୍ୟାଚାରିତ) ଥିବ, ଯାହା ଉପରେ ଅତ୍ୟାଚାର ହେଉଥିବ, ସେ ଯେ କୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି, ମୁଁ ସବୁବେଳେ କଥା ହେବି।'
କାଶ୍ମୀର ପ୍ରସଙ୍ଗରେ ନାମ ନନେଇ ସେ କହିଛନ୍ତି - 'ଯେଉଁଠାରେ ଜାଲିମ (ଅତ୍ୟାଚାରୀ) ଥିବ, ମୁଁ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବି।'