କ୍ରିକେଟ୍ ସମସ୍ତଙ୍କର ଖେଳ ଅଟେ। ମୋର ବିଶ୍ୱାସ ଅଛି ଯେ ଆମ କ୍ରିକେଟ୍ ଦଳର ସଫଳତା ଦେଖି ଆଗାମୀ ପିଢ଼ିର କ୍ରିକେଟ୍ ପ୍ରତି ଆଗ୍ରହ ବଢ଼ିବ। ଏହା ପିଲାମାନଙ୍କୁ ଉତ୍ସାହିତ କରିବ।
ଇଂଲଣ୍ଡ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-20 ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ 5 ୱିକେଟ୍ରେ ହରାଇଥିଲା। ଏହା ସହିତ ଦଳ ଦ୍ୱିତୀୟ ଥର ପାଇଁ ଟି-20 ବିଶ୍ୱକପ୍ ଜିତିଥିଲା।
ସୁନକ ଇଂଲଣ୍ଡ ଦଳକୁ ଅଭିନନ୍ଦନ ଜଣାଇ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଜଣେ ପ୍ରଧାନମନ୍ତ୍ରୀ ତଥା କ୍ରିକେଟ ପ୍ରଶଂସକ ଭାବରେ 10 ଡାଉନିଂ ଷ୍ଟ୍ରିଟରେ ଇଂଲଣ୍ଡ କ୍ରିକେଟ ଦଳକୁ ସ୍ୱାଗତ କରିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଥିଲା। ଇଂଲଣ୍ଡ କ୍ରିକେଟ ଦଳ ପାଇଁ ଏହା ଏକ ସ୍ୱର୍ଣ୍ଣିମ ସମୟ
ସାମ କରନ ପ୍ରଧାନମନ୍ତ୍ରୀଙ୍କୁ ବୋଲିଂ କରିଥିଲେ ଏବଂ ଇଂଲଣ୍ଡର ଟି-୨୦ ଅଧିନାୟକ ବଟଲର ତାଙ୍କୁ ଜର୍ସି ଉପହାର ଦେଇଥିଲେ।