ବିସ୍ମା ମାରୁଫ୍ ତମଗା-ଏ-ଇମତିଆଜ୍ ସମ୍ମାନରେ ସମ୍ମାନିତ ହେବାରେ ଦ୍ୱିତୀୟ ମହିଳା କ୍ରିକେଟର୍ ହୋଇଛନ୍ତି। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର୍ ଏବଂ ଅଧିନାୟିକା ସନା ମିର୍ ଏହି ପୁରସ୍କାର ଜିତିଥିଲେ। 31 ବର୍ଷୀୟା ମାରୁଫ୍ ଏହି ପୁରସ୍କାର ତାଙ୍କ ପିତାଙ୍କୁ ଉତ୍ସର୍ଗ କରିଛନ୍ତି।
ପାକିସ୍ତାନ ସରକାରଙ୍କ ଦ୍ଵାରା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ଅଗଷ୍ଟ 14 ତାରିଖରେ ବାବର ଆଜମଙ୍କୁ ସିତାରା-ଏ-ଇମ୍ତିଆଜ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେ ଏହି ପୁରସ୍କାର ପାଇଥିବା ଅନେକ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।
ସମ୍ମାନ ପାଇବା ପରେ ବାବର ଆଜମ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ସେ ମେଡାଲ ସହିତ ନିଜର ଫଟୋ ସେୟାର କରି ଲେଖିଥିଲେ - ମୋର ପିତାମାତାଙ୍କ ଉପସ୍ଥିତିରେ ସିତାରା-ଏ-ଇମ୍ତିଆଜ୍ (Sitara-e-Imtiaz) ପାଇବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ।
ପାକିସ୍ତାନରେ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାରେ ବାବର ହେଉଛନ୍ତି ସର୍ବକନିଷ୍ଠ ବ୍ୟକ୍ତି।