ଟସ୍ ହାରି ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲୀୟ ଦଳ ୩୫.୪ ଓଭରରେ ୧୮୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଓପନିଂ କରିବାକୁ ଆସିଥିବା ମିଚେଲ ମାର୍ଶ ୬୫ ବଲ୍ରେ ୮୧ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିଲେ। ଜୋସ୍ ଇଂଲିସ୍ ୨୬ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୨୨ ରନ୍ ଯୋଗଦାନ କରିଥିଲେ।
ଭାରତୀୟ ଦଳ ୱାଙ୍ଖେଡେ ଷ୍ଟାଡିୟମରେ ଶେଷ ଥର ପାଇଁ ଅକ୍ଟୋବର ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇଥିଲା। ଏହା ପରେ ଦଳ ଏଠାରେ ୩ଟି ମ୍ୟାଚ୍ ଖେଳିଥିଲା, କିନ୍ତୁ ସେଗୁଡ଼ିକରେ ପରାଜୟ ବରଣ କରିଥିଲା।
189 ରନ୍ର ଟାର୍ଗେଟ୍ ପିଛା କରୁଥିବା ଭାରତୀୟ ଟିମ୍ର ଟପ୍ ଅର୍ଡର ବିଶେଷ ପ୍ରଦର୍ଶନ କରିପାରି ନଥିଲା। ଏକ ସମୟରେ ଦଳ 39 ରନ୍ରେ ତିନୋଟି ୱିକେଟ୍ ହରାଇଥିଲା। ଏଠାରେ ଇଶାନ କିଷାନ 3, ବିରାଟ କୋହଲି 4 ଏବଂ ସୂର୍ଯ୍ୟକୁମାର ଯାଦବ 0 ରନ୍ରେ ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆକୁ 5 ୱିକେଟ୍ରେ ପରାସ୍ତ କଲା ଭାରତ; ରାହୁଲଙ୍କର ଅର୍ଦ୍ଧଶତକ, ଜାଡେଜାଙ୍କ ସହ ଅପରାଜିତ 108 ରନ୍ର ଭାଗିଦାରୀ।