ଦୁର୍ଘଟଣା ପରେ ପନ୍ତ ପ୍ରାୟ ୬ ସପ୍ତାହ ଧରି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କର ପ୍ରାଥମିକ ଚିକିତ୍ସା ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ହୋଇଥିଲା।
ପନ୍ତ କିଛି ଦିନ ପୂର୍ବେ ବୈଶାଖୀ ସାହାଯ୍ୟରେ ଚାଲୁଥିବାର ଦେଖାଯାଇଥିଲେ। ସେ ଫେବୃଆରୀ 10 ତାରିଖରେ କିଛି ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଚାଲୁଥିବାର ନଜର ଆସିଥିଲେ।
ଭାରତୀୟ କ୍ରିକେଟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ସୁସ୍ଥ ହେଉଛନ୍ତି। 25 ବର୍ଷ ବୟସ୍କ ତାରକା ୱିକେଟକିପର ପନ୍ତ ଏବେ ବାଡ଼ି ସାହାଯ୍ୟରେ ଚାଲିବାକୁ ମଧ୍ୟ ଆରମ୍ଭ କଲେଣି। ସେ ଶୀଘ୍ର ସୁସ୍ଥ ହୋଇଯିବେ। ଏଥିପାଇଁ ପନ୍ତ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି।
କାର ଦୁର୍ଘଟଣା ପରେ ଋଷଭ ପନ୍ତ ପ୍ରାୟ ୬ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ହୋଇ ରହିଥିଲେ।