ଶର୍ଟଙ୍କ ପାଇଁ ଏହା ତାଙ୍କର ପ୍ରଥମ ଆଇପିଏଲ୍ ଅଭିଜ୍ଞତା ହେବ। ନିକଟରେ ଶେଷ ହୋଇଥିବା ବିଗ୍ ବ୍ୟାଶ୍ ଲିଗ୍ ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେପ୍ଟେମ୍ବର 2022 ରେ ବେୟାରଷ୍ଟୋ ତାଙ୍କ ସାଙ୍ଗମାନଙ୍କ ସହିତ ଗଲ୍ଫ ଖେଳୁଥିବା ବେଳେ ଆହତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ତାଙ୍କୁ ଏହି ଆଘାତ ଲାଗିଥିଲା। ଗଲ୍ଫ ଖେଳିବା ସମୟରେ ସେ ଖସି ପଡିଥିଲେ।
ପଞ୍ଜାବ କିଙ୍ଗ୍ସ, ବିସିସିଆଇ ମାଧ୍ୟମରେ ଇଂଲଣ୍ଡ କ୍ରିକେଟ ବୋର୍ଡଠାରୁ ବାରମ୍ବାର ବେୟାରଷ୍ଟୋଙ୍କ ଆଘାତ ସମ୍ପର୍କରେ ଅପଡେଟ୍ ନେବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ଇସିବି ଜଣାଇଛି ଯେ ବେୟାରଷ୍ଟୋ ଆଇପିଏଲ୍ ଖେଳିପାରିବେ ନାହିଁ।
ଷ୍ଟାର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ଆହତ ହେବା କାରଣରୁ ଅଷ୍ଟ୍ରେଲିଆର ମାଥ୍ୟୁ ସର୍ଟ ତାଙ୍କ ସ୍ଥାନ ନେବେ।