ବି ସାଇଭରଙ୍କ ୭୨ ରନ୍ ବ୍ୟତୀତ, ଆମେଲିଆ କେର ୧୯ ବଲ୍ରେ ୨୯ ରନ୍ କରିଥିଲେ। ସେହିପରି ହେଲି ମାଥ୍ୟୁସ୍ ୨୬, ୟାସ୍ତିକା ଭାଟିଆ ୨୧ ଏବଂ ଅଧିନାୟକ ହରମନପ୍ରୀତ କୌର ୧୪ ରନ୍ କରିଥିଲେ। ପୂଜା ବସ୍ତ୍ରାକାର ୩ ବଲ୍ରେ ୧୧ ରନ୍ କରି ଅପରାଜିତ ରହିଥିଲେ।
183 ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୟୁପିର ଆରମ୍ଭ ଖରାପ ରହିଥିଲା। ଦଳ ମାତ୍ର 21 ରନ୍ରେ ହିଁ 3ଟି ୱିକେଟ୍ ହରାଇଥିଲା। ଶ୍ଵେତା ସେହରାୱତ 1, ତାହଲିଆ ମ୍ୟାକ୍ଗ୍ରା 7 ଏବଂ ଏଲିସା ହିଲି 11 ରନ୍ କରି ଆଉଟ୍ ହୋଇଥିଲେ।
ମୁମ୍ବାଇର ଇଜାବେଲ୍ ୱଙ୍ଗ ମହିଳା ପ୍ରିମିୟର ଲିଗ୍ର ପ୍ରଥମ ହ୍ୟାଟ୍ରିକ୍ ନେଇଛନ୍ତି। ସେ ୧୩ଶ ଓଭରର ଦ୍ୱିତୀୟ ବଲ୍ରେ କିରଣ ନବଗିରେଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ।