ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ଜ୍ୟାକ୍ସଙ୍କୁ ଫ୍ରାଞ୍ଚାଇଜ୍ ୩.୨ କୋଟି ଟଙ୍କାରେ କିଣିଥିଲା। ଜ୍ୟାକ୍ସ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ସମୟରେ ତାଙ୍କର ମାଂସପେଶୀରେ ଆଘାତ ଲାଗିଥିଲା।
ମାଇକେଲ୍ ବ୍ରେସୱେଲ୍ 2022 ମସିହାରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ତାଙ୍କର ଟି-20 ଡେବ୍ୟୁ କରିଥିଲେ। ସେ 16ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ରେ 113 ରନ୍ କରିବା ସହିତ 21ଟି ୱିକେଟ୍ ମଧ୍ୟ ନେଇଛନ୍ତି।
ଡିସେମ୍ବରରେ ହୋଇଥିବା ମିନି ଅକ୍ସନରେ ମାଇକେଲ୍ ବ୍ରେସୱେଲଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇନଥିଲେ। ତାଙ୍କର ମୂଳ ଦାମ ଏକ କୋଟି ଟଙ୍କା ଥିଲା। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଦଳର ଏହି ଅଲରାଉଣ୍ଡର ପୂର୍ବରୁ କେବେ ଆଇପିଏଲ୍ ଖେଳିନାହାନ୍ତି।
ୱିଲ୍ ଜ୍ୟାକ୍ସଙ୍କ ସ୍ଥାନରେ ଏକ କୋଟି ଟଙ୍କାର ବେସ୍ ପ୍ରାଇସରେ ଦଳରେ ଯୋଗ ଦେଇଛନ୍ତି।