ଏହି ବିଜୟ ସହିତ ବାଂଲାଦେଶ ୩ ଟ୍ୱେଣ୍ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପରବର୍ତ୍ତୀ ମୁକାବିଲା ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ଖେଳାଯିବ।
ଡିଏଲ୍ଏସ୍ ମେଥଡ୍ ଅନୁସାରେ ଆୟର୍ଲାଣ୍ଡକୁ ୮ ଓଭର୍ରେ ୧୦୪ ରନ୍ର ଲକ୍ଷ୍ୟ ମିଳିଥିଲା। ବ୍ୟାଟିଂ କରିବାକୁ ଆସିଥିବା ପଲ୍ ଷ୍ଟର୍ଲିଂ ଏବଂ ରସ୍ ଆଡେୟାର ୧୭ ରନ୍ କରି ଆଉଟ୍ ହୋଇଥିଲେ। ଲର୍କନ୍ ଟକର୍ ମାତ୍ର ୧ ରନ୍ କରିପାରିଥିଲେ ଏବଂ ହ୍ୟାରି ଟେକ୍ଟର୍ ୧୯ ରନ୍ କରି ଇନିଂସ୍ ସମ୍ଭାଳିବାକୁ ଚେଷ୍ଟା କରିଥ
ବାଂଲାଦେଶ ପାଇଁ ଲିଟନ ଦାସ ଏବଂ ରୋନି ତାଲୁକଦାର ଓପନିଂ କରିଥିଲେ। ଉଭୟ ମିଶି ଦଳକୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ ଏବଂ ୯୧ ରନ୍ ଯୋଡ଼ିଥିଲେ। ପରେ ନଜମୁଲ ହୋସେନ ଶାନ୍ତୋ ୧୪, ଶାମିମ ହୋସେନ ୩୦ ଏବଂ ତୌହିଦ ହୃଦୟ ୧୩ ରନ୍ ଯୋଡ଼ିଥିଲେ।
ଡିଏଲଏସ୍ (DLS) ମେଥଡ୍ ଅନୁସାରେ ଆୟର୍ଲାଣ୍ଡକୁ 22 ରନ୍ରେ ପରାସ୍ତ କଲା ଏବଂ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0ରେ ଅଗ୍ରଣୀ ରହିଲା।