2014 ରେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିବା କେଦାର ଯାଦବ ବର୍ତ୍ତମାନ ଭାରତୀୟ ଦଳର ସ୍କ୍ଵାଡ୍ରୁ ବାହାରେ ଅଛନ୍ତି। ସେ ଭାରତ ପାଇଁ 73ଟି ଏକଦିବସୀୟ ଏବଂ 9ଟି ଟି-20 ମ୍ୟାଚ୍ ଖେଳିଛନ୍ତି। ସେ ଭାରତ ପାଇଁ ଶେଷ ମ୍ୟାଚ୍ 2020 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।
2014 ମସିହାରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା କେଦାର ଯାଦବ ଏବେ ଭାରତୀୟ ଦଳର ସ୍କ୍ଵାଡ୍ରୁ ବାହାରେ ଅଛନ୍ତି। ସେ ଭାରତ ପାଇଁ 73ଟି ଦିନିକିଆ ଏବଂ 9ଟି ଟି-20 ମ୍ୟାଚ୍ ଖେଳିଛନ୍ତି। ସେ ଭାରତ ପାଇଁ ଶେଷ ମ୍ୟାଚ୍ 2020 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।
ପୋଲିସଙ୍କ ସୂଚନା ଅନୁସାରେ କେଦାର ଯାଦବ ପୋଲିସ ରିପୋର୍ଟରେ ଲେଖିଥିଲେ ଯେ, ତାଙ୍କ ବାପା ମହାଦେବ ଯାଦବ ସକାଳ 11.45 ଠାରୁ ତାଙ୍କ ଘରୁ ନିଖୋଜ ଅଛନ୍ତି। ସେ ତାଙ୍କ ବାପା ଏବଂ ମା' ମନ୍ଦାକିନୀଙ୍କ ସହିତ ସିଟି ପ୍ରାଇଡ୍ ଥିଏଟର ନିକଟସ୍ଥ କୋଥରୁଡ୍ରେ ରୁହନ୍ତି।
ନିଖୋଜ ହେବାର କିଛି ଘଣ୍ଟା ପରେ କେଦାର ଯାଦବଙ୍କ ବାପା ମିଳିଗଲେ। ପୋଲିସ୍ ଅଧିକାରୀ କହିଛନ୍ତି ଯେ ମହାଦେବ ଯାଦବ ମୁନ୍ଧୱା ଅଞ୍ଚଳରେ ଠାବ ହୋଇଥିଲେ। ସେହିପରି, ମୁନ୍ଧୱା ଥାନାର ସିନିୟର ଇନ୍ସପେକ୍ଟର ଅଜିତ ଲକଡେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ତାଙ୍କୁ ପରିବାର ସହିତ ମିଶାଇ ଦିଆଯାଇ
ସେ ସ୍ମୃତିହ୍ରାସ ରୋଗରେ ପୀଡିତ ଥିଲେ। ପୁଣେରେ ସକାଳୁ ଭ୍ରମଣ କରୁଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ।