ଅମିତ ରବିନ୍ଦ୍ରନାଥ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଟନ୍ତି। ଏହି ଚଳଚ୍ଚିତ୍ରଟିକୁ ଜୀ ଷ୍ଟୁଡିଓ, ବୋନୀ କପୁର, ଅରୁଣାଭା ଜୟ ସେନଗୁପ୍ତା ଏବଂ ଆକାଶ ଚାୱଲା ପ୍ରଯୋଜନା କରିଛନ୍ତି। ଚଳଚ୍ଚିତ୍ରରେ ଏ. ଆର. ରହମାନଙ୍କ ସଙ୍ଗୀତ ଏବଂ ରିତେଶ ଶାହାଙ୍କ ସ୍କ୍ରିନପ୍ଲେ ରହିଛି।
ଏହି ଚଳଚ୍ଚିତ୍ରଟି ଫୁଟବଲ୍ କୋଚ୍ ସୟୀଦ ଅବଦୁଲ ରହିମଙ୍କ ଜୀବନୀ ଉପରେ ଆଧାରିତ। ତାଙ୍କୁ ଭାରତରେ ଫୁଟବଲ୍ର ଜନକ ଭାବରେ ବିବେଚନା କରାଯାଏ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସହିତ ବୋମନ ଇରାନୀ, ରୁଦ୍ରନୀଲ ଘୋଷ, ପ୍ରିୟାମଣି ଏବଂ ଗଜରାଜ ରାଓ ମଧ୍ୟ ଅଭିନୟ କରିଛନ୍ତି।
ଅଜୟ ଦେବଗନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଙ୍କ ଫିଲ୍ମ ‘ମୈଦାନ’ର ଟିଜର ‘ଭୋଲା’ ସହିତ ହିଁ ରିଲିଜ୍ କରାଯିବ। ସେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି।
‘ଭୋଲା’ ସହିତ ରିଲିଜ୍ ହେବ ‘ମୈଦାନ’ର ଟିଜର୍। ଫିଲ୍ମଟି ଭାରତୀୟ ଫୁଟବଲର ସ୍ଵର୍ଣ୍ଣିମ ସମୟ ଉପରେ ଆଧାରିତ ଅଟେ।