୨୦୨୪ ମସିହାର ଶେଷ ଶୃଙ୍ଖଳା ୨-୧ରେ ଜିତିଲା

ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୪ ମସିହାର ନିଜର ଶେଷ ଶୃଙ୍ଖଳା ୱେଷ୍ଟଇଣ୍ଡିଜ୍‌ ବିରୁଦ୍ଧରେ ୨-୧ରେ ଜିତିଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ପରେ, ଦ୍ୱିତୀୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ଜିତିଥିଲା, କିନ୍ତୁ ଶେଷ ମୁକାବିଲାରେ ଭାରତୀୟ ଦଳ ୬୦ ରନରେ ବିଜୟ ହାସିଲ କରିଛି।

ମହିଳା ଟି-୨୦ ବିଶ୍ୱକପରୁ ଭାରତୀୟ ଦଳ ଗ୍ରୁପ ଷ୍ଟେଜରେ ବାହାରିଲା

ୟୁଏଇରେ ଅନୁଷ୍ଠିତ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ ଷ୍ଟେଜରେ ୨ ମ୍ୟାଚ୍ ହାରି ନକଆଉଟ୍ ପର୍ଯ୍ୟାୟରୁ ବାହାରିଯାଇଛି । ଏହା ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା ।

ମହିଳା ଏସିଆ କପର ଫାଇନାଲରେ ପରାଜୟ

ମହିଳା ଏସିଆ କପରେ ଟିମର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା, କିନ୍ତୁ ଫାଇନାଲରେ ଶ୍ରୀଲଙ୍କାଠାରୁ ୮ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଲା।

ଦକ୍ଷିଣ ଆଫ୍ରିକା ସହିତ ଶୃଙ୍ଖଳା ସମାନ ରହିଲା

ଦଳ ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ଶୃଙ୍ଖଳା ଖେଳିଥିଲା। ପ୍ରଥମ ମ୍ୟାଚ୍‌ରେ ପରାଜୟ ଏବଂ ଦ୍ୱିତୀୟ ମ୍ୟାଚ୍ ରଦ୍ଦ ହେବା ପରେ, ଶେଷ ମୁକାବିଲାରେ ୧୦ ୱିକେଟ୍‌ରେ ବିଜୟ ହାସଲ କରି ଶୃଙ୍ଖଳାକୁ ୧-୧ରେ ସମାନ କରିଥିଲା।

ବାଂଲାଦେଶକୁ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ୍ ଦଳ

ଭାରତୀୟ ମହିଳା କ୍ରିକେଟ୍ ଦଳ ବାଂଲାଦେଶ ଗସ୍ତରେ ୫ ମ୍ୟାଚ୍ ସିରିଜରେ ବାଂଲାଦେଶକୁ ୫-୦ରେ ପରାସ୍ତ କରି ଏକ ଶାନ୍ଦାର ବିଜୟ ହାସଲ କରିଛି।

ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ଭାରତୀୟ ମହିଳା କ୍ରିକେଟ୍ ଦଳ ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ତିନି ମ୍ୟାଚ୍ ସିରିଜ୍ ଖେଳିଥିଲା। ପ୍ରଥମ ମ୍ୟାଚ୍‌ରେ ଜିତିବା ସତ୍ତ୍ୱେ ଦଳ ଅନ୍ୟ ଦୁଇଟି ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା।

୨୦୨୪ ବର୍ଷାନ୍ତ: ଭାରତୀୟ ମହିଳା ଦଳର ଟି୨୦ ଆନ୍ତର୍ଜାତୀୟ ପ୍ରଦର୍ଶନ

୨୦୨୪ ଭାରତୀୟ ମହିଳା ଦଳ ପାଇଁ ଏକ ଚ୍ୟାଲେଞ୍ଜିଂ ବର୍ଷ ଥିଲା। ମହିଳା ଏସିଆ କପ୍ ଏବଂ ମହିଳା ଟି୨୦ ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ସଫଳତା ପାଇନଥିଲା।

Next Story