ଉପହାର ସ୍ୱରୂପ ଏକ କାର୍ ପାଇଥିବାରୁ ସୋସିଆଲ ମିଡିଆରେ ଲୋକମାନେ ରିଭାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ଲୋକମାନେ କହୁଛନ୍ତି ଯେ 13 ବର୍ଷ ବୟସ୍କା ରିଭାଙ୍କୁ ଗାଡ଼ି ତ ଉପହାର ଦେଇଦେଲେ କିନ୍ତୁ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି ତ?
13 ବର୍ଷୀୟା ରିଭା ଲାଲ୍ ରଙ୍ଗର ଡ୍ରେସରେ ନିଜର ନୂଆ କାର୍ ସହିତ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରିଭା ନିଜ ପରିବାର ସହିତ ନୂଆ କାର୍ ସାମ୍ନାରେ ଠିଆ ହୋଇଥିବା ବେଳେ ତାଙ୍କ ମାଆ କାର୍ର ପୂଜା କରୁଛନ୍ତି।
ନିକଟରେ 'ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍'ର ଅଭିନେତ୍ରୀ ରିଭା ଅରୋରା ଇନ୍ଷ୍ଟାଗ୍ରାମ୍ରେ ୧୦ ଲକ୍ଷ ଫଲୋୟର୍ସର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।