କଞ୍ଜକ୍ଟିଭାଇଟିସ୍ କାରଣରୁ ଏଭଳି ସମସ୍ୟା ଉପୁଜିଛି। ଡାକ୍ତରମାନେ କହିଛନ୍ତି ଯେ ଛାତ୍ରମାନଙ୍କୁ ଏଭଳି ସମସ୍ୟାରୁ ମୁକୁଳିବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଅମରନାଥ ପାସୱାନ ସୂଚନା ଦେଇଛନ୍ତି।
ରାଜା ରାମ ମୋହନ ରାୟ ହଷ୍ଟେଲର ଆଡମିନ୍ ୱାର୍ଡେନ ଅମରନାଥ ପାସୱାନ କହିଛନ୍ତି ଯେ ଏହି ସମସ୍ୟା କାରଣରୁ ହଷ୍ଟେଲର ୫୦ ଜଣ ଛାତ୍ରଙ୍କର ହଠାତ୍ ଆଖିରେ ଅସୁବିଧା ହୋଇଛି, ଯେଉଁଥିପାଇଁ ସେମାନେ ଦେଖି ପାରୁନାହାନ୍ତି।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଅଜଣା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ରାଜାରାମ ମୋହନ ରାୟ ହଷ୍ଟେଲର ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଆଖି ସମସ୍ୟାରେ ପୀଡିତ ଅଛନ୍ତି। ଗତ ଦୁଇ ଦିନ ଧରି ଏହି ଛାତ୍ରମାନଙ୍କୁ ଦେଖିବାରେ ଅସୁବିଧା ହେଉଛି।
BHU ରେ ଅଜଣା ଭାଇରସର କାୟା, 50 ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧକାରମୟ, ପରୀକ୍ଷା ମଧ୍ୟ ବାତିଲ୍।