ଏହି ଆପ୍‌ର ବିଶେଷତ୍ୱ ହେଉଛି ଉପଭୋକ୍ତାମାନେ ନିଜର ପ୍ରିୟ କ୍ରିକେଟରଙ୍କୁ ପୁରସ୍କାର ରାଶି ପଠାଇପାରିବେ

ଉପଭୋକ୍ତାମାନେ ପ୍ରତି ଖେଳାଳୀଙ୍କୁ ବାର୍ଷିକ ୧୦୦ ଟଙ୍କାରୁ ଆରମ୍ଭ କରି ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ, କିନ୍ତୁ ସେମାନଙ୍କ ଦ୍ୱାରା ପଠାଯାଇଥିବା ରାଶିକୁ ସ୍ୱୀକାର କରିବେ କି ନାହିଁ, ତାହା କ୍ରିକେଟରଙ୍କ ଉପରେ ନିର୍ଭର କରିବ।

ଅଶନୀର ଗ୍ରୋଭର ବର୍ତ୍ତମାନ ଏକ ଆଇନଗତ ମାମଲା ଲଢୁଛନ୍ତି

ସୂଚନାଯୋଗ୍ୟ ଯେ, ଅଶନୀର ଗ୍ରୋଭର ବର୍ତ୍ତମାନ ଏକ ଆଇନଗତ ମାମଲା ଲଢୁଛନ୍ତି। ଭାରତପେ ତାଙ୍କ ଉପରେ କମ୍ପାନୀରେ ଥିବା ସମୟରେ ୮୮.୬ କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଛି।

କ୍ରିକ୍‌ପେ ର ବିଶେଷତ୍ଵ

କ୍ରିକ୍‌ପେ ହେଉଛି ଏକ ରିଅଲ୍ ମନି ଗେମିଂ ଆପ୍। ଏହି ଆପ୍ ମାଧ୍ୟମରେ ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ନିଜର ଭର୍ଚୁଆଲ୍ କ୍ରିକେଟ୍ ଟିମ୍ ଗଠନ କରିପାରିବେ। ଖେଳାଳିମାନଙ୍କର ଲାଇଭ୍ ମ୍ୟାଚ୍ ପ୍ରଦର୍ଶନ ଆଧାରରେ ସେମାନେ କ୍ୟାଶ୍ ପୁରସ୍କାର ଜିତିପାରିବେ।

ଅଶ୍ନୀରଙ୍କ ଆପ୍ ମାଧ୍ୟମରେ କ୍ରିକେଟରଙ୍କୁ ପଠାଇହେବ କ୍ୟାଶ୍ ପୁରସ୍କାର:

ଆଇପିଏଲ୍ ପୂର୍ବରୁ କ୍ରିକ୍‌ପେ (CrickPe) ଆପ୍ ଲଞ୍ଚ୍ କରାଯାଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏମ୍‌ପିଏଲ୍ (MPL) ଏବଂ ଡ୍ରିମ୍ ୧୧ (Dream 11) ର ଆଧିପତ୍ୟକୁ ଶେଷ କରିବା।

Next Story