2025-26 ବର୍ଷ ପାଇଁ ଭାରତୀୟ ଘରୋଇ କ୍ରିକେଟ୍ ସିଜନ୍ ଦଲୀପ ଟ୍ରଫିରୁ ଆରମ୍ଭ ହେବ । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ 28 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 11 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
କ୍ରୀଡ଼ା ସମ୍ବାଦ: ଭାରତୀୟ ଘରୋଇ କ୍ରିକେଟରେ ସବୁଠାରୁ ପ୍ରତିଷ୍ଠିତ ଦଲୀପ ଟ୍ରଫି 2025-26, ବାଙ୍ଗାଲୋରର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଅଗଷ୍ଟ 28 ତାରିଖରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ଚାରି ଦିନିଆ ନକଆଉଟ୍ ମ୍ୟାଚ୍ ଭାବରେ ଖେଳାଯିବ । ଫାଇନାଲ୍ ମ୍ୟାଚ୍ 2025 ସେପ୍ଟେମ୍ବର 11 ତାରିଖରେ ଅନୁଷ୍ଠିତ ହେବ । ଏହି ବର୍ଷର ଟୁର୍ଣ୍ଣାମେଣ୍ଟରେ ନର୍ଥ ଜୋନ୍, ସାଉଥ୍ ଜୋନ୍, ୱେଷ୍ଟ ଜୋନ୍, ଇଷ୍ଟ ଜୋନ୍, ସେଣ୍ଟ୍ରାଲ୍ ଜୋନ୍, ନର୍ଥ ଇଷ୍ଟ ଜୋନ୍ ଆଦି 6ଟି ଦଳ ଅଂଶଗ୍ରହଣ କରିବେ ।
ଦଲୀପ ଟ୍ରଫି 2025 ମ୍ୟାଚ୍ଗୁଡ଼ିକ
ଦଲୀପ ଟ୍ରଫି 2025ରେ ମୋଟ 5ଟି ନକଆଉଟ୍ ମ୍ୟାଚ୍ ଅନୁଷ୍ଠିତ ହେବ:
- 2ଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍
- 2ଟି ସେମି ଫାଇନାଲ୍ ମ୍ୟାଚ୍
- 1ଟି ଫାଇନାଲ୍ ମ୍ୟାଚ୍
ଟୁର୍ଣ୍ଣାମେଣ୍ଟର ବିଶେଷତ୍ୱ ହେଉଛି, ହାରିଥିବା ଦଳ ପରବର୍ତ୍ତୀ ରାଉଣ୍ଡକୁ ଯିବେ ନାହିଁ, ତେଣୁ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଗତ ବର୍ଷ ଚାମ୍ପିଅନ୍ ହୋଇଥିବା ସାଉଥ୍ ଜୋନ୍ ସିଧାସଳଖ ସେମିଫାଇନାଲରେ ପହଞ୍ଚିଛି । ସେହିପରି, ୱେଷ୍ଟ ଜୋନ୍ ମଧ୍ୟ ସିଧାସଳଖ ସେମିଫାଇନାଲକୁ ପ୍ରବେଶ କରିଛି । ଗତ ବର୍ଷର ଫାଇନାଲ୍ ମ୍ୟାଚ୍ରେ ୱେଷ୍ଟ ଜୋନ୍କୁ 75 ରନ୍ରେ ପରାସ୍ତ କରି ସାଉଥ୍ ଜୋନ୍ କପ୍ ଜିତିଥିଲା । ତେଣୁ, ଏହି ଥର ଏହି ଦୁଇଟି ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରି ମୁକାବିଲା କରିବେ ।
ଦଳଗୁଡ଼ିକର ଅଧିନାୟକ ଏବଂ ଖେଳାଳିମାନେ
ସାଉଥ୍ ଜୋନ୍: ତିଲକ ବର୍ମା (ଅଧିନାୟକ), ମହମ୍ମଦ ଅଜହରୁଦ୍ଦିନ (ଉପ-ଅଧିନାୟକ), ତନ୍ମୟ ଅଗ୍ରୱାଲ, ଦେବଦତ୍ତ ପାଡିକ୍କଲ୍, ମୋହିତ କାଲେ, ସଲମାନ ନିସ୍ସାର, ନାରାୟଣ ଜଗଦୀଶନ, ତ୍ରିପୁରା ବିଜୟ, ଆର.ସାଇ କିଶୋର, ତନୟ ତ୍ୟାଗରାଜନ, ବିଜୟକୁମାର ବୈଶାଖ, ନିତୀଶ ଏମ୍.ଟି, ରିକି ଭୁଇ, ବେସିଲ ଏନ୍.ବି, ଗୁରଜାପନୀତ ସିଂ, ସ୍ନେହଲ ଗୌତମକର ।
ଇଷ୍ଟ ଜୋନ୍: ଇଶାନ କିଷାନ (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ (ଉପ-ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ବିରାଟ ସିଂ, ଦାନିଶ ଦାସ, ଶ୍ରୀଧମ ପାଲ, ଶରଣଦୀପ ସିଂ, କୁମାର କୁଶାଗ୍ର, ରିୟାନ ପରାଗ, ଉତ୍କର୍ଷ ସିଂ, ମନୀଷି, ସୁରଜ ସିନ୍ଧୁ ଜୈସ୍ୱାଲ, ମୁକେଶ କୁମାର, ଆକାଶ ଦୀପ, ମହମ୍ମଦ ଶାମି ।
ୱେଷ୍ଟ ଜୋନ୍: ଶାର୍ଦ୍ଦୁଲ ଠାକୁର (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, ଆର୍ଯ୍ୟ ଦେଶାଇ, ହାର୍ଭିକ ଦେଶାଇ (ୱିକେଟ କିପର), ଶ୍ରେୟସ ଆୟର, ସରଫରାଜ ଖାନ, ଋତୁରାଜ ଗାଇକ୍ୱାଡ, ଜୟମିତ ପଟେଲ, ମନନ ହିଙ୍ଗ୍ରାଜିଆ, ସୌରଭ ନୱାଲେ (ୱିକେଟ କିପର), ଶମ୍ସ ମୁଲାନି, ତନୁଷ କୋଟିଆନ, ଧର୍ମେନ୍ଦ୍ର ସିଂ ଜାଡେଜା, ତୁଷାର ଦେଶପାଣ୍ଡେ, ଅର୍ଜୁନ ନାଗୱାସୱାଲା ।
ନର୍ଥ ଜୋନ୍: ଶୁଭମାନ ଗିଲ (ଅଧିନାୟକ), ଶୁଭମ ଖଜୁରିଆ, ଅଙ୍କିତ କୁମାର (ଉପ-ଅଧିନାୟକ), ଆୟୁଷ ବଡୋନି, ଯଶ ଧୁଲ, ଅଙ୍କିତ କଲସି, ନିଶାନ୍ତ ସିନ୍ଧୁ, ସାହିଲ ଲୋତ୍ରା, ମୟଙ୍କ ଡାଗର, ୟୁଧବୀର ସିଂ ଚରକ, ଅର୍ଶଦୀପ ସିଂ, ହର୍ଷିତ ରାଣା, ଅନଶୁଲ କାମ୍ବୋଜ, ଔକିବ ନବି, କହ୍ନେୟା ବଧୱାନ ।
ସେଣ୍ଟ୍ରାଲ ଜୋନ୍: ଧ୍ରୁବ ଜୁରେଲ (ଅଧିନାୟକ/ୱିକେଟ କିପର), ରଜତ ପାଟିଦାର*, ଆର୍ଯ୍ୟନ ଜୁୱାଲ, ଦାନୀଶ ମଲେୱର, ସଞ୍ଜିତ ଦେଶାଇ, କୁଲଦୀପ ଯାଦବ, ଆଦିତ୍ୟ ଠାକରେ, ଦୀପକ ଚାହର, ଶରଣଶ ଜୈନ, ଆୟୁଷ ପାଣ୍ଡେ, ଶୁଭମ ଶର୍ମା, ୟଶ ରାଠୋର, ହର୍ଷ ଦୁବେ, ମାନବ ସୁଧାର, ଖଲିଲ ଅହମ୍ମଦ ।
ନର୍ଥ ଇଷ୍ଟ ଜୋନ୍: ରାଙ୍ଗସେନ ଜୋନାଥନ (ଅଧିନାୟକ), ଅଙ୍କୁର ମାଲିକ, ଜାହୁ ଆଣ୍ଡରସନ, ଆର୍ଯ୍ୟନ ବୋରା, ତେଚି ଡୋରିଆ, ଆଶିଷ ଥାପା, ଚେତେଜାଲି ରୁବେରୋ, କରମଜିତ ୟୁମ୍ନାମ, ହେମ ଛେତ୍ରୀ, ପଲସୋର ତାମାଙ୍ଗ, ଅର୍ପିତ ସୁଭାଷ ପଟେୱର (ୱିକେଟ କିପର), ଆକାଶ ଚୌଧୁରୀ, ବିଶ୍ୱଜିତ କୋନ୍ଥୌଜମ, ଫାଇରୋଇଜମ ଜୋଥିନ, ଅଜୟ ଲାମାବାମ ସିଂ ।