ଗଙ୍ଗୁବାଈ କାଠିଆୱାଡ଼ି ଫେମ୍ ଶାନ୍ତନୁ ମାହେଶ୍ୱରୀ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ସେ ତାଙ୍କର ଆଗାମୀ କ୍ୟାରିୟରକୁ ଓଟିଟିରେ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିବାକୁ ଆଶା ରଖିଛନ୍ତି।
ସିରିଜ୍ର ପ୍ରୋମୋ ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଏହି ସିରିଜ୍କୁ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଫ୍ରେଡୀ’ ସହିତ ତୁଳନା କରୁଛନ୍ତି।
ଶାନ୍ତନୁ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ରେ ଅଫସାନ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା।
ଡ୍ୟାନ୍ସର ଏବଂ ଆକ୍ଟର ଶାନ୍ତନୁ ମହେଶ୍ୱରୀ ନିଜର OTT ଡେବ୍ୟୁ କରିବାକୁ ଯାଉଛନ୍ତି। ଶାନ୍ତନୁ ଖୁବ୍ ଶୀଘ୍ର ୱେବ୍ ସିରିଜ୍ ‘ଟୁଥ୍ ପରୀ: ହ୍ଵେନ୍ ଲଭ୍ ବାଇଟ୍ସ’ରେ ନଜର ଆସିବେ। ଏହି ସିରିଜରେ ଶାନ୍ତନୁଙ୍କ ସହିତ ଲିଡ୍ ରୋଲରେ ‘ଏ ସୁଟେବଲ୍ ବୟ’ ଫେମ୍ ତାନିଆ ମାନିକତାଲା ମଧ୍ୟ ନଜର ଆସିବେ।