ସେଠାରେ ପହଞ୍ଚିବା ପରେ ମଧ୍ୟ ଆଗକୁ କ'ଣ ହେବ, ସେ ବିଷୟରେ ତାଙ୍କର କୌଣସି ଧାରଣା ନଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ଭାଗ୍ୟ ଏବଂ ପରିଶ୍ରମ ବଳରେ ସେ ଏଲିଟ୍ ମଡେଲିଂ ଏଜେନ୍ସିରେ କାମ ପାଇଲେ। ସେଠାରେ କିଛି ଅସାଇନମେଣ୍ଟ କରିବା ପରେ କଙ୍ଗନାଙ୍କୁ ଲାଗିଲା ଯେ ମଡେଲିଂ କ୍ଷେତ୍ରରେ ସେହି ସୃଜନଶୀଳତା ନାହିଁ।
ଘର ଛାଡିବା ପରେ ବି କଥା ଶୁଣିବା ବନ୍ଦ ହେଲାନାହିଁ। ମାଁ ତାଙ୍କୁ ଫୋନ୍ କରି କହୁଥିଲେ- ତୁମ ପାଇଁ ବାପା ସବୁବେଳେ ଚିନ୍ତାରେ ରହୁଛନ୍ତି, ସେ ରାତିସାରା ଶୋଇପାରୁନାହାନ୍ତି। ତାଙ୍କର କିଛି ହେଲେ ତୁମେ ହିଁ ଦାୟୀ ରହିବ।
ଘର ଛାଡିବା ପରେ ମଧ୍ୟ କଟୁ ବାକ୍ୟ ଶୁଣିବା ବନ୍ଦ ହେଲାନାହିଁ। ମା ତାଙ୍କୁ ଫୋନ୍ କରି କହୁଥିଲେ- ତୁମ ପାଇଁ ବାପା ସବୁବେଳେ ଚିନ୍ତାରେ ରହୁଛନ୍ତି, ରାତିସାରା ସେ ଶୋଇପାରୁନାହାନ୍ତି। ତାଙ୍କର ଯଦି କିଛି ହୁଏ ତେବେ ତୁମେ ହିଁ ଦାୟୀ ରହିବ।
କଙ୍ଗନା ଛୋଟବେଳୁ ହିଁ ସ୍ପଷ୍ଟବାଦୀ, ଜିଦ୍ଖୋର ଏବଂ ରୁଢ଼ିବାଦୀ ଚିନ୍ତାଧାରା ବିରୁଦ୍ଧରେ ଥିଲେ। ତାଙ୍କର ଜନ୍ମ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ନିକଟ ଭାମ୍ବଲାଠାରେ ଏକ ସାଧାରଣ ରାଜପୁତ ପରିବାରରେ ହୋଇଥିଲା।
ଖାନ୍ମାନଙ୍କ ସହିତ ସିନେମାକୁ ପ୍ରତ୍ୟାଖ୍ୟାନ କରିଥିଲେ, ବଡ଼ ପ୍ରଯୋଜକମାନଙ୍କ ବିରୋଧରେ ଅଭିଯାନ ଚଳାଇଥିଲେ, ଆଜି କଙ୍ଗନାଙ୍କର ୩୬ତମ ଜନ୍ମଦିନ।