ମୁଁ ହିସାବ କରୁଥିଲି ଯେ 100 ରନ୍ ପୂରଣ କରିବା ପାଇଁ ମୋତେ କେତେ ବାଉଣ୍ଡରୀ ଦରକାର। ଯଦି ମୁଁ 90 ରନ୍ରେ ଖେଳୁଛି, ତେବେ ଗୋଟିଏ ଗୋଟିଏ ରନ୍ ନେଇ ଶତକ କରିବା ପାଇଁ ମୋତେ 10ଟି ବଲ୍ ଦରକାର ହେବ।
ସେହ୍ୱାଗ କହିଲେ, "ଆମେ 2003 ମସିହାରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ଖେଳୁଥିଲୁ। ମୁଁ ସାଇମନ କାଟିଚଙ୍କୁ କିଛି ଛକା ମାରି 195 ରନ୍ରେ ପହଞ୍ଚିଲି। 200 ରନ୍ରେ ପହଞ୍ଚିବା ପାଇଁ ମୁଁ ତାଙ୍କୁ ଆଉ ଏକ ଛକା ମାରିବାକୁ ଚେଷ୍ଟା କରିଥିଲି, କିନ୍ତୁ ମୁଁ ଆଉଟ୍ ହୋଇଗଲି।"
ବୀରେନ୍ଦ୍ର ସେହୱାଗ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ 2013 ରେ ଖେଳିଥିଲେ। ସେତେବେଳେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଦଳର ଅଂଶ ଥିଲେ। ସେହୱାଗ 104 ଟି ଟେଷ୍ଟରେ 8,586 ରନ, 251 ଟି ୱାନଡେରେ 8,273 ରନ ଏବଂ 19 ଟି ଟି-20 ମ୍ୟାଚରେ 394 ରନ କରିଛନ୍ତି।
ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ନିଜର ଓପନିଙ୍ଗ ପାର୍ଟନର ସଚିନ୍ ତେନ୍ଦୁଲକରଙ୍କ ସହିତ ଘଟିଥିବା ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି। ସଚିନ୍ ଥରେ ସେହୱାଗଙ୍କୁ କହିଥିଲେ ଯେ ତୁମକୁ ବ୍ୟାଟ୍ରେ ପିଟିଦେବି।