ଜଣେ ଫ୍ୟାନ ସେଲଫି ନେବା ପାଇଁ ଭିଡିଓ ରେକର୍ଡ କରୁଥିଲେ। ଏହି ସମୟରେ ରୋହିତ ଶର୍ମା ପଛରୁ ଆସି ଫ୍ୟାନଙ୍କୁ ଏକ ଗୋଲାପ ଦେଇଥିଲେ। ଏହା ପରେ ଅଧିନାୟକ ଫ୍ୟାନଙ୍କୁ କହିଲେ - "ୱିଲ୍ ୟୁ ମେରି ମି (ତୁମେ ମୋତେ ବିବାହ କରିବ କି)?" ଏହି କଥା ଶୁଣି ଫ୍ୟାନ ଜଣକ ରେକର୍ଡିଂ ବନ୍ଦ କରିଦେଲେ।
ରବିବାର ଦିନ ଦ୍ଵିତୀୟ ଦିନିକିଆ ଶେଷ ହେବା ପରେ ସୋମବାର ସକାଳେ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ଭାରତର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୋତା ଫିତା ବାନ୍ଧୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ବିଶାଖାପାଟଣାରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୨୩୪ଟି ବଲ୍ ବାକି ଥାଇ ୧୦ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୧୫ଟି ବଲ୍ ଖେଳି ୧୩ ରନ୍ କରିଥିଲେ। ଅଷ୍ଟ୍ରେଲିଆର ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି।
ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଖାପାଟଣାରେ ଦ୍ଵିତୀୟ ଦିନିକିଆ ମ୍ୟାଚ୍ରେ ୧୦ ୱିକେଟ୍ରେ ପରାସ୍ତ ହୋଇଛି। ଏହି ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କର ବିଶାଖାପାଟଣା ଏୟାରପୋର୍ଟରେ ନିଆଯାଇଥିବା ଏକ ଭିଡିଓ ଭାଇରାଲ୍ ହେଉଛି।