ମୋହାଲିରେ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଏକ ନୂତନ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ 2017-18 ରେ ଆରମ୍ଭ ହୋଇଥିଲା। ଷ୍ଟାଡିୟମଟି 2019-20 ରେ ନିର୍ମାଣ ହୋଇ ସମ୍ପୂର୍ଣ୍ଣ ହେବାର ଥିଲା।
ମୋହାଲିରେ ଥିବା ପଞ୍ଜାବ କ୍ରିକେଟ ଆସୋସିଏସନ୍ (PCA)ର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ ସର୍ଟଲିଷ୍ଟ ହୋଇଥିବା ଷ୍ଟାଡିୟମ ମାନଙ୍କ ମଧ୍ୟରେ ସ୍ଥାନ ପାଇପାରିଲା ନାହିଁ। ବର୍ତ୍ତମାନ ଏଠାରେ ଖଲିସ୍ତାନୀ ଆନ୍ଦୋଳନ ଚାଲିଛି।
ESPN କ୍ରିକ୍ଇନ୍ଫୋର ରିପୋର୍ଟ ଅନୁସାରେ, ଭାରତରେ ଦିନିକିଆ ବିଶ୍ଵକପ୍ ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ। 10ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟରେ 45ଟି ଲିଗ୍ ଏବଂ 3ଟି ନକ୍ଆଉଟ୍ ମ୍ୟାଚ୍ ଖେଳାଯିବ।
ପାର୍କିଂ ସମସ୍ୟା, ଦୁର୍ନୀତି ଅଭିଯୋଗ ହିଁ ଏହାର କାରଣ; 2011ରେ ଏଠାରେ ଭାରତ-ପାକିସ୍ତାନ ସେମିଫାଇନାଲ୍ ହୋଇଥିଲା ।