ବିଜେତା ଦଳ ଲାହୋର କାଲାନ୍ଦର୍ସକୁ ୩.୪ କୋଟି ଟଙ୍କା ମିଳିବ। ସେହିପରି ରନର୍ସ-ଅପ୍ ଦଳକୁ ୧.୪ କୋଟି ଟଙ୍କା (୪.୮ କୋଟି ପାକିସ୍ତାନୀ ଟଙ୍କା) ମିଳିବ।
200 ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁଲ୍ତାନ ସୁଲ୍ତାନସ୍ ଦଳର ଆରମ୍ଭ ବେଶ୍ ଭଲ ଥିଲା ଏବଂ ସେମାନେ 11 ଓଭର୍ରେ 2 ୱିକେଟ୍ ହରାଇ 100ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ରିଲେ ରୁସୋ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆସି ଲାହୋର ଦଳର ଓପନର୍ ଫଖର ଜମାନ ଏବଂ ମିର୍ଜା ବେଗ ନିଜ ଦଳକୁ ଧୀମା କିନ୍ତୁ ସ୍ଥିର ଆରମ୍ଭ ଦେଇଥିଲେ। ତେବେ ବେଗ 4.3 ଓଭରରେ ଆଉଟ୍ ହୋଇଯାଇଥିଲେ।
ଏକ ରୋମାଞ୍ଚକର ମୁକାବିଲାରେ ମୁଲତାନ ସୁଲତାନକୁ ୧ ରନରେ ପରାସ୍ତ କରି ଲାହୋର କଲନ୍ଦର୍ସ ଚାମ୍ପିୟନ ହୋଇଛି। ଶାହିନ ଆଫ୍ରିଦି 'ପ୍ଲେୟାର ଅଫ୍ ଦ ମ୍ୟାଚ୍' ବିବେଚିତ ହୋଇଥିଲେ।