ୱଲଭାର୍ଟଙ୍କ ଦ୍ଵିତୀୟ ଅର୍ଦ୍ଧଶତକ

ଗୁଜରାଟର ଓପନର୍ ଲୌରା ୱଲଭାର୍ଟ କ୍ରମାଗତ ଦ୍ଵିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଦ୍ଵିତୀୟ ୱିକେଟ୍ ପାଇଁ ସବ୍ବିନେନି ମେଘନାଙ୍କ ସହିତ 63 ରନ୍ ଏବଂ ତୃତୀୟ ୱିକେଟ୍ ପାଇଁ ଏସଲେ ଗାର୍ଡନର୍‌ଙ୍କ ସହିତ 52 ରନ୍ ଯୋଡିଥିଲେ। 17ତମ ଓଭର୍‌ରେ ଶ୍ରେୟଙ୍କା ପାଟିଲଙ୍କ ବଲ୍‌ରେ ସେ କ୍ୟାଚ୍ ଆଉଟ୍ ହୋଇଥ

ମନ୍ଧାନା-ଡିଭାଇନଙ୍କ ଦ୍ଵାରା ଆକ୍ରମଣାତ୍ମକ ଆରମ୍ଭ

189 ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସୋଫି ଡିଭାଇନ୍ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ।

ୱିମେନ୍ସ ପ୍ରିମିୟର ଲିଗ୍‌ରେ ଶନିବାର ଦିନର ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଜ୍ୟାଣ୍ଟସ୍‌କୁ 8 ୱିକେଟ୍‌ରେ ପରାସ୍ତ କଲା

ବ୍ରେବୋର୍ଣ୍ଣ ଷ୍ଟାଡିୟମ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ 20 ଓଭରରେ 4 ୱିକେଟ୍ ହରାଇ 188 ରନ୍ ସଂଗ୍ରହ କରିଥିଲା। ଜବାବରେ ବେଙ୍ଗାଲୁରୁ 15.3 ଓଭରରେ 8 ୱିକେଟ୍‌ରେ ବିଜୟ ହାସଲ କଲା।

WPLର ପ୍ରଥମ ଶତକରୁ ବଞ୍ଚିତ ହେଲେ ସୋଫି ଡିଭାଇନ୍:

RCB 15.3 ଓଭରରେ 189 ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟକୁ ପରାସ୍ତ କଲା।

Next Story