ବିସିସିଆଇ ଏକ ସ୍ୱାସ୍ଥ୍ୟ ଅପଡେଟ୍ରେ କହିଛି ଯେ ଶ୍ରେୟସ୍ ଆୟର ତୃତୀୟ ଦିନର ଖେଳ ଶେଷ ହେବା ପରେ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ସ୍କାନିଂ ପାଇଁ ଯାଇଛନ୍ତି।
ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମାର୍ଚ୍ଚ ୧୭, ୧୯ ଏବଂ ୨୨ ତାରିଖରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମୁମ୍ବାଇରେ, ଦ୍ୱିତୀୟଟି ବିଶାଖାପାଟଣାରେ ଏବଂ ତୃତୀୟଟି ଚେନ୍ନାଇରେ ଖେଳାଯିବ।
ଆୟର ଏହି ସମୟରେ ବୋର୍ଡର ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି। ଆଘାତ କାରଣରୁ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଛାଡିବାକୁ ପଡିଥିଲା।
ପିଠିରେ ଯନ୍ତ୍ରଣା ହେତୁ ଭାରତ-ଅଷ୍ଟ୍ରେଲିଆ ସିରିଜ୍ର ଶେଷ ଟେଷ୍ଟ ପରେ ଦିନିକିଆ ସିରିଜ୍ରୁ ବାଦ୍ ପଡିଥିବା ଶ୍ରେୟସ୍ ଆୟରଙ୍କ ଆଇପିଏଲ୍ ଖେଳିବା ଉପରେ ମଧ୍ୟ ସନ୍ଦେହ ରହିଛି।