ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦିଲ୍ଲୀ ପାଇଁ ଅଧିନାୟକତ୍ୱ କରିସାରିଛନ୍ତି ରାଣା

ରାଣା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ୧୨ଟି ଟି-୨୦ ମ୍ୟାଚ୍‌ରେ ନିଜ ରାଜ୍ୟ ଦଳ ଦିଲ୍ଲୀ ପାଇଁ ଅଧିନାୟକତ୍ୱ କରିଛନ୍ତି। ରାଣାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଆଠଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଚାରିଟି ମ୍ୟାଚ୍‌ରେ ପରାଜିତ ହୋଇଛି।

ଗତ ସିଜିନରେ ରାଣା ଥିଲେ ଦ୍ଵିତୀୟ ସର୍ବାଧିକ ରନ୍ ସଂଗ୍ରହକ

ଗତ ସିଜିନରେ ରାଣା KKR ପାଇଁ ଶ୍ରେୟସ ଆୟରଙ୍କ ପରେ 361 ରନ୍ ସଂଗ୍ରହ କରି ଦ୍ଵିତୀୟ ସର୍ବାଧିକ ରନ୍ ସଂଗ୍ରହକ ଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ 143.82 ଥିଲା। KKR ପାଇଁ ଗତ ସିଜିନ୍ ନୈରାଶ୍ୟଜନକ ଥିଲା, କାରଣ ଦଳ ଛଅଟି ବିଜୟ ଏବଂ ଆଠଟି ପରାଜୟ ସହିତ ଲିଗରେ ସପ୍ତମ ସ୍ଥାନରେ ରହିଥିଲା।

IPL ଫ୍ରାଞ୍ଚାଇଜ୍ KKR ଦ୍ଵାରା ନୀତୀଶ ୮ କୋଟି ଟଙ୍କାରେ କ୍ରୟ

ନୀତୀଶ ରାଣା ୨୦୧୮ ମସିହାରୁ କୋଲକାତା ନାଇଟ୍ ରାଇଡର୍ସ ସହିତ ଜଡିତ ଅଛନ୍ତି। IPL 2023 ମେଗା ନିଲାମରେ KKR ନୀତୀଶ ରାଣାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା। ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୨ଟି ଟି-20 ମ୍ୟାଚ୍ ଖେଳିଥିବା ରାଣା ଏପର୍ଯ୍ୟନ୍ତ ୯୧ଟି ଆଇପିଏଲ୍ ମ୍ୟାଚ୍‌ରେ ୨୧୮୧ ରନ୍ ସଂଗ୍ରହ କରିଛନ୍ତି।

ନୀତୀଶ ରାଣା ହେଲେ KKRର ଅଧିନାୟକ

ଦଳ ପକ୍ଷରୁ ଘୋଷଣା କରାଗଲା, ଆହତ ଆୟରଙ୍କ ସ୍ଥାନରେ ସେ ଦାୟିତ୍ଵ ସମ୍ଭାଳିବେ।

Next Story