ଟିମ୍ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା କହିଛନ୍ତି, ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଏବେ ଆହୁରି ଛଅ ମାସ ବାକି ଅଛି, କିନ୍ତୁ ଉତ୍ସାହ ବାସ୍ତବରେ ଏବେଠାରୁ ଆରମ୍ଭ ହେଉଛି। ଘରୋଇ ଭୂମିରେ ବିଶ୍ୱକପ ଖେଳିବା ପ୍ରତ୍ୟେକ ଖେଳାଳିଙ୍କର ସ୍ୱପ୍ନ ହୋଇଥାଏ, କ୍ୟାପ୍ଟେନ୍ ଭାବରେ ଏହା ଆହୁରି ଅଧିକ ଏ
ଆଜିର ଏହି ବିଶେଷ ଅବସରରେ, ICC ଆସନ୍ତା ଓ୍ଵାନ ଡେ ବିଶ୍ଵକପ ୨୦୨୩ର ଲୋଗୋ ପ୍ରକାଶ କରିଛି।
ଆନ୍ତର୍ଜାତିକ କ୍ରିକେଟ୍ କାଉନସିଲ (ଆଇସିସି) ରବିବାର ଏହାର ଟ୍ଵିଟର ଆକାଉଣ୍ଟରେ ଓ୍ଵାନଡେ ବିଶ୍ଵକପ ୨୦୨୩ର ଲୋଗୋର ଚିତ୍ର ଶେୟାର କରିଛି। ୨୦୧୧ ଏପ୍ରିଲ ୨ ତାରିଖରେ, ଏମ୍.ଏସ୍. ଧୋନୀ ଏକ ବିଜୟୀ ସିକ୍ସ୍ ହିଟ୍ କରି ୨୮ ବର୍ଷ ପରେ ଭାରତୀୟ ଟିମ୍କୁ ଆଇସିସି ଓ୍ଵାନଡେ ବିଶ୍ଵକପ ଟାଇଟଲ୍ ଦେଇଥିଲେ।
୨୦୧୧ରେ ଭାରତର ବିଜୟର ୧୨ ବର୍ଷ ପୂର୍ତ୍ତି ଅବସରରେ ICC ଏହି ଲୋଗୋ ପ୍ରକାଶ କରିଛି।