ଚାନ୍ଦୀପୁର ଭାଇରସ ମଧ୍ୟ ୨୦୨୪ ମସିହାରେ ଭାରତରେ କିଛି ସମସ୍ୟା ସୃଷ୍ଟି କରିଥିଲା। ଏହି ଭାଇରସ ମଧ୍ୟ ମଶା, ଟିକ୍ସ ଏବଂ ବାଲୁକା ମାଛିମାନଙ୍କ ଦ୍ୱାରା ବ୍ୟାପିଥାଏ। ଭାରତରେ ଏହି ଭାଇରସର ପ୍ରଥମ ପ୍ରକୋପ ୧୯୬୫ ମସିହାରେ ମହାରାଷ୍ଟ୍ରରେ ହୋଇଥିଲା।
CCHF ଭାଇରସ ୨୦୨୪ ମସିହାରେ ଗୁଜୁରାଟ, ରାଜସ୍ଥାନ, କେରଳ ଏବଂ ଉତ୍ତରପ୍ରଦେଶରେ ମହାମାରୀ ସୃଷ୍ଟି କରିଛି। ଏହି ଭାଇରସ ମଶା, ଟିକ୍ସ ଏବଂ ବାଲୁକା ମାଛି ଦ୍ୱାରା ବ୍ୟାପିଥାଏ ଏବଂ ଏହାର ସଂକ୍ରମଣ ଗୁରୁତର ରକ୍ତସ୍ରାବ ସୃଷ୍ଟି କରିପାରେ।
2024 ମସିହାରେ ମଧ୍ୟ ଜୀକା ଭାଇରସ ଚିନ୍ତାର କାରଣ ପାଲଟିଛି। ମଶା ଦ୍ୱାରା ବ୍ୟାପିବାକୁ ସକ୍ଷମ ଏହି ଭାଇରସ ପ୍ରଥମେ ଭାରତରେ 2021 ମସିହାରେ କେରଳରେ ଦେଖା ଦେଇଥିଲା ଏବଂ ବର୍ତ୍ତମାନ 2024 ମସିହାରେ ପୁନର୍ବାର କିଛି ଅଞ୍ଚଳରେ ଏହାର ବ୍ୟାପକ ପ୍ରସାର ଦେଖାଯାଉଛି।
୨୦୨୪ ମସିହାରେ ଭାରତର କେରଳ ରାଜ୍ୟରେ ପୁଣି ଥରେ ନିପାହ ଭାଇରସର ପ୍ରକୋପ ଦେଖାଦେଇଛି। ଏହି ଭାଇରସ ଚମଗାଡ଼ ଓ ଶୁକରରୁ ବ୍ୟାପିଥାଏ ଏବଂ ମଣିଷ ମଧ୍ୟରେ ଶୀଘ୍ର ବ୍ୟାପିପାରେ।
୨୦୨୪ ମସିହାରେ ଏସିଆ, ଦକ୍ଷିଣ ଆମେରିକା ଏବଂ ଆଫ୍ରିକାର ଦେଶଗୁଡ଼ିକରେ ଡେଙ୍ଗୁ ଜ୍ବର ଭୟାବହ ରୂପ ଧାରଣ କରିଥିଲା। ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ୭.୬ ନିୟୁତରୁ ଅଧିକ ମାମଲା ସହିତ ୨୦୨୪ ମସିହାରେ ଡେଙ୍ଗୁ ଜ୍ବରରେ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
୨୦୨୪ ମସିହାରେ ମଙ୍କିପକ୍ସ ରୋଗର ମାମଲାରେ ବହୁତ ବୃଦ୍ଧି ଦେଖାଯାଇଛି। ୧୨ ଜୁନ୍ ୨୦୨୪ ପର୍ଯ୍ୟନ୍ତ ୯୭,୨୮୧ ମଙ୍କିପକ୍ସ ର ମାମଲା ରେକର୍ଡ କରାଯାଇଛି ଏବଂ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି। ଆଫ୍ରିକା ପରେ ଏହି ରୋଗ ୟୁରୋପ ଏବଂ ଏସିଆ ପର୍ଯ୍ୟନ୍ତ ବ୍ୟାପିଛି।
୨୦୨୪ ମସିହାରେ କୋଭିଡ-୧୯ ପୁଣି ଥରେ ବିଶ୍ୱରେ ତାର ପ୍ରକୋପ ଦେଖାଇଛି। XBB ଭାରିଆଣ୍ଟ ତୀବ୍ର ଗତିରେ ବ୍ୟାପିବାର କ୍ଷମତା ପ୍ରଦର୍ଶନ କରିଛି ଏବଂ ଏହି ଭାରିଆଣ୍ଟ ବୃଦ୍ଧ ବ୍ୟକ୍ତି ଏବଂ ଶିଶୁମାନଙ୍କ ପାଇଁ ଅଧିକ ବିପଦଜନକ ପ୍ରମାଣିତ ହୋଇଛି।
୨୦୨୪ ବର୍ଷ ଶେଷ ହେବାକୁ ଯାଉଛି, ଏବଂ ଏହି ବର୍ଷ ବିଶ୍ୱ ସ୍ତରରେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରି ବହୁତ ପ୍ରଭାବ ପକାଇଛି। କୋଭିଡ-୧୯ର ନୂତନ ଭାରିଏଣ୍ଟରୁ ଆରମ୍ଭ କରି ମଙ୍କିପକ୍ସ ଏବଂ ଡେଙ୍ଗୁ ପର୍ଯ୍ୟନ୍ତ, ଅନେକ ରୋଗ ବିଶ୍ୱକୁ ଥରାଇ ଦେଇଛି।